କନକ ବ୍ୟୁରୋ: ଏଥର ପୁରୀ ଲୋକସଭା ଓ ବିଧାନସଭା ଆସନକୁ ହାତେଇବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡି ନେତା ଓ କର୍ମୀ । ବିଜେପି ହାତରୁ ପୁରୀ ଓ ବ୍ରହ୍ମଗିରିକୁ ଛଡାଇ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ପୁରୀରୁ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ସୁନିଲ ମହାନ୍ତି ରେକର୍ଡ ସଂଖ୍ୟକ ଭୋଟରେ ଜିତିବେ ବୋଲି ଯୁବ ଛାତ୍ର ସମାବେଶରେ ଦୃଢତାର ସହ କହିଛନ୍ତି ଯୁବନେତା ତଥା ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ।
୨୦୧୯ ମସିହାରେ ପୁରୀ ସହର ଓ ପୁରୀ ସଦରର ଭୋଟ ବିଜେଡି ଗଣିତ ବିଗାଡ଼ି ଦେଇଥିଲା । ଏଥର ଯେପରି ସେଭଳି ସ୍ଥିତି ଉପୁଜିବ ନାହିଁ, ଏ ନେଇ ମାନସ ମନ୍ଥନ ଆରମ୍ଭ କରି ଦେଇଛି ବିଜେଡି । ବିଜୁ ଛାତ୍ର ସମାବେଶରେ ରଣହୁଙ୍କାର ଦେଇଛି ଦଳ । ପରସ୍ପର ଭିତରେ ଥିବା କନ୍ଦଳକୁ ଭୁଲି ଏକାଠି ନିର୍ବାଚନ ଲଢ଼ିବାକୁ ଶଙ୍ଖଭବନରେ ବିଜେଡି ଶୀର୍ଷ ନେତୃତ୍ୱ ତାଗିଦ କରିବା ପରେ ତତ୍ପରତା ଦେଖାଇଛନ୍ତି ନେତା ଓ କର୍ମୀ । ସ୍ଥାନୀୟ ବଗଲା ଧର୍ମଶାଳାରେ ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଂଟିଆଙ୍କ ସଂଯୋଜନାରେ ଏକ ବିଶାଳ ଛାତ୍ର ଓ ଯୁବ ବିଜେଡି ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ପୁରୀ ବିଧାନସଭା ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି, ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ, ସତ୍ୟବାଦୀ ବିଧାନସଭା ପ୍ରାର୍ଥୀ ସଞ୍ଜୟ ଦାସ ବର୍ମା ଯୋଗ ଦେଇଥିଲେ ।
ଗତ ନିର୍ବାଚନରେ ପୁରୀ ଓ ବ୍ରହ୍ମଗିରି ବିଧାନସଭା ହାତଛଡ଼ା ହୋଇଥିବାରୁ ଏହି ଦୁଇ ନିର୍ବାଚନ ମଣ୍ଡଳୀ ଉପରେ ଅଧିକ ଗୁରୁତ୍ୱ ଦେଉଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/6-23.jpg)