କନକ ବ୍ୟୁରୋ: କାଲିଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସୁଯୋଗ ପାଇବେ ପୁରୀ ସହରବାସୀ । ୱାର୍ଡୱାରୀ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା । ଦର୍ଶନ ପାଇଁ ଚିରକୁଟି ଓ ପରିଚୟପତ୍ର ବାଧ୍ୟତାମୂଳକ । ଚିରକୂଟ ପାଇନଥିଲେ ଜଗନ୍ନାଥ ବଲ୍ଲଭରେ ପରିଚୟପତ୍ର ଦେଇ ନେବେ । କେହି ଯେପି ଦର୍ଶନରୁ ବଞ୍ଚିତ ନହୁଅନ୍ତି ସେନେଇ ଗୁରୁତ୍ୱ ଦିଆଯିବ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ସମୀକ୍ଷା କଲେ ଜିଲ୍ଲାପାଳ ।
ତେବେ ଗତ ୨୩ ତାରିଖରେ ଖୋଲିଥିଲା ଶ୍ରୀମନ୍ଦିର । ଭକ୍ତଙ୍କ ପାଇଁ କବାଟ ଖୋଲିଥିଲା କାଳିଆ । ଆଉ ଦୀର୍ଘ ନ ମାସର ଅପେକ୍ଷାର ଅନ୍ତ ହେବା ପରେ ଭାବର ଠାକୁରକୁ ଦେଖିଥିଲା ଭକ୍ତ ।
ସେପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି । ପୁର୍ବ ଘୋଷଣା ସହ ଆଉ କିଛି ଯୋଡିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ସଂପୂର୍ଣ୍ଣ ନିଷେଧ । ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ମନା । ଏହା ସହ ମନ୍ଦିର ଭିତରେ କୌଣସି ପ୍ରତିମାକୁ ବି ଛୁଇଁପାରିବେନି ଭକ୍ତ । ମନ୍ଦିର ଭିତରେ ଓ ବାହାରେ ମାସ୍କ୍ ପିନ୍ଧିବା ଜରୁରୀ । ମନ୍ଦିର ଭିତରକୁ ଯିବା ସମୟରେ ହାତକୁ ସାନିଟାଇଜର କରିବେ । ସେହିପରି ମନ୍ଦିର ଭିତରେ ପାନ ଓ ଗୁଟଖା ଖାଇବା ମଧ୍ୟ ନିଷେଧ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/916e3b89-a6b0-4ae2-9f0d-c833d2846f35.jpg)