ବାତ୍ୟାରେ ନଷ୍ଟ ହୋଇଯାଇଛି କଦଳୀଗଛ ! ମହାପ୍ରସାଦ ଖାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭକ୍ତ

Advertisment
ବାତ୍ୟାରେ ନଷ୍ଟ ହୋଇଯାଇଛି କଦଳୀଗଛ ! ମହାପ୍ରସାଦ ଖାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭକ୍ତ

କନକ ବ୍ୟୁରୋ : ବାତ୍ୟା ଫୋନି ଉପକୂଳବର୍ତୀ ଜିଲ୍ଲାରେ ଅନେକ କ୍ଷୟକ୍ଷତି କରିଛି । ଫୋନି ପୁରୀରେ ମାଡ ହେବା ସମୟରେ ପ୍ରବଳ ବେଗରେ ପବନ ବୋହିଥିଲା । ବାତ୍ୟାରେ ଲକ୍ଷାଧିକ ଗଛ ନଷ୍ଟ ହୋଇଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ କଦଳୀ ଗଛ ମଧ୍ୟ ଅନେକ ସ୍ଥାନରେ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ଭକ୍ତ । କାରଣ ପୁରୀ ମନ୍ଦିରରେ ମିଳୁଥିବା ମହାପ୍ରସାଦକୁ କଦଳୀ ପତ୍ରରେ ଭକ୍ତମାନେ ଗ୍ରହଣ କରନ୍ତି । ହେଲେ ପୁରୀରେ ବର୍ତମାନ ସମୟରେ ତାହାର ଘୋର ଅଭାବ ଦେଖାଯାଇଛି । ତେଣୁ ମନ୍ଦିର ବେଢାରେ ଭକ୍ତମାନେ କିପରି ଭାବରେ ମହାପ୍ରସାଦ ଗ୍ରହଣ କରିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି ।

publive-imageସ୍ଥାନୀୟ ଲୋକଙ୍କ କହିବାକୁ ଅନୁସାରେ । ପୁରୀ ଓ ଆଖପାଖ ଅଞ୍ଚଳରେ କଦଳୀ ବଗିଚା ସବୁ ନଷ୍ଟ ହୋଇଯାଇଛି। ବାତ୍ୟାରେ କଦଳୀ ଗଛ ଉପୁଡ଼ି ପଡ଼ିଥିବାବେଳେ ପତ୍ର ସବୁ ନଷ୍ଟ ହୋଇଯାଇଛି। ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରସାଦ ପାଇଁ ଲକ୍ଷାଧିକ କଦଳୀପତ୍ରର ଆବଶ୍ୟକତା ପଡ଼ିଥାଏ। ଏହି ସମସ୍ତ କଦଳୀପତ୍ର ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ, ଚନ୍ଦନପୁର, ଗୋପ ଓ କଣାସ ଅଞ୍ଚଳରୁ ଆସିଥାଏ। ବାତ୍ୟା ପରେ ଏବେ କଦଳୀପତ୍ର ସଙ୍କଟ ଦେଖାଦେଇଛି। ଫଳରେ ମହାପ୍ରସାଦ ଖାଇବାକୁ ଭକ୍ତମାନେ ଏବେ ହଇରାଣ ହେଉଛନ୍ତି। ତେବେ ପୁଣି କଦଳୀଗଛ ଲଗାଗଲେ କିଛିଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହେବ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe