ପ୍ରଳୟ ପରେ ସ୍ୱାଭାବିକ ହେଉନି ପୁରୀ । ରାସ୍ତାରୁ ହଟୁନି ଗଛ, ପିଇବା ପାଣି ଓ ବିଦ୍ୟୁତ୍ ପାଇଁ ସଂଘର୍ଷ କରୁଛନ୍ତି ଲୋକେ

Advertisment
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଫୋନି’ ପ୍ରଭାବିତଙ୍କୁ ସହଜରେ ଋଣ ପ୍ରଦାନ କରିବାକୁ ଜଣାଇଲେ ଦାବି ।

କନକ ବ୍ୟୁରୋ : ବାତ୍ୟା ଫୋନିରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ସମଗ୍ର ପୁରୀ ଜିଲ୍ଲା । ବାତ୍ୟାକୁ ୬ଦିନ ବିତିଯାଇଥିଲେ ସ୍ୱାଭାବିକ ହେଉନି ପୁରୀ । ରାସ୍ତାରୁ ହଟୁନି ଗଛ, ପିଇବା ପାଣି ଓ ବିଦ୍ୟୁତ୍ ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ସବୁଠି ହାହାକାର ସ୍ଥିତି । ବାସହରା ହୋଇଛନ୍ତି ହଜାର ହଜାର ଲୋକ । ମୁଣ୍ଡ ଉପରେ ଛାତ ନାହିଁ, ପିଇବାକୁ ପାଣି ମୁନ୍ଦେ ନାହିଁ । ରାତି ହେଲେ ଚାରିଆଡେ ଶୂନ ଶାନ । ଅନ୍ଧାର ରାତିରେ ଅଜଣା ଭୟର ବାତାବରଣ ସୃଷ୍ଟି ହେଉଛି । ବହୁ ସଂଖ୍ୟାରେ ବିଜୁଳି ଖୁଂଟ ନଷ୍ଟ ହୋଇଥିବାରୁ କେବେ ବିଜୁଳି ଫେରିବ ତାହା କହିବା ମୁସ୍କିଲ ।

publive-imageରାସ୍ତା ଉପରେ ଜମା ହୋଇ ରହିଛି ଭଙ୍ଗା ଗଛ ଓ ବାଲି । ଏବେ ବି ରିଲିଫ କ୍ୟାମ୍ପରେ କଟୁଛି ବାତ୍ୟା ପ୍ରଭାବିତଙ୍କ ଜୀବନ । ରାତିସାରା ବିନା ବିଜୁଳିରେ ଲୋକ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ପ୍ରବଳ ଗରମରେ ଲୋକ ଡହଳବିକଳ ହେଉଛନ୍ତି । ତାହାରି ସାଙ୍ଗକୁ ତାଳ ଦେଇ ପାଣି ବି କିଛି କମ ହଇରାଣ କରୁନାହିଁ । ପିଇବା ପାଣି ଟୋପାଏ ପାଇଁ କେଉଁ ଆଡେ ଯିବାକୁ ପଡୁଛି ତାହାର କୌଣସି ହିସାବ ନାହିଁ । ଯେଉଁଠାରେ ମିଳୁଛି ସେଠାରେ ଲମ୍ବା ଲାଇନ ।

publive-imageସନ୍ଧ୍ୟା ନଇଁଲେ କଥା ସରିଲା । କିଟିକିଟି ଅନ୍ଧାର ମଧ୍ୟରେ କଟୁଛି ରାତି । କେବଳ ଅପେକ୍ଷା କେବେ ସକାଳ ହେବ? ନା ରାତିରେ ଶୋଇ ହେଉଛି ନା ଖାଇ ହେଉଛି । କେବଳ ଯନ୍ତ୍ରଣା ମଧ୍ୟରେ ସହରବାସୀ । କେବଳ ଏତିକି ନୁହେଁ କାହାକୁ ମଧ୍ୟ ଫୋନ ଲାଗୁନାହିଁ । ତେଣୁ କୌଣସି ଯୋଗାଯୋଗ ମଧ୍ୟ ହୋଇପାରୁନାହିଁ । କେବେ ସ୍ୱାଭାବିକ ହେବ ସ୍ଥିତି ତାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଅଞ୍ଚଳବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe