କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଅର୍ପଣ ରଥର ଆଜି ଦେବଗଡ ପୈାରାଚଂଳରେ ଶୁଭାରମ୍ଭ ହୋଇଛି । ପୂର୍ବାହ୍ନରେ ପୁରୁଣାଗଡ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା,ପୈାରାଧକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ସମେତ ସମସ୍ତ ପାରିଷଦ ପୂଜାର୍ଚ୍ଚନା କରିବା ପରେ ନଡିଆ ଭାଙ୍ଗି ରଥର ବିଧିବଦ୍ଧ ଶୁଭାରମ୍ଭ କରିଥିଲେ । ଏହି ଅର୍ପଣ ରଥକୁ ଢୋଲ ,ସଂକୀର୍ତ୍ତନ, ଝାଞ୍ଜର ତାଳେ ତାଳେ ଜୟ ଜଗନ୍ନାଥ ଧ୍ୱନୀ ଦେଇ ଶତାଧିକ ଶ୍ରଦ୍ଧାଳୁ ବିଭିନ୍ନ ୱାର୍ଡ ପରିକ୍ରମା କରାଇବା ସହ ପ୍ରତି ଘରୁ ଚାଉଳ ଓ ଗୁଆ ସଂଗ୍ରହ କରିଛନ୍ତି । ଦେବଗଡ ଭଳି ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକର ବିଭିନ୍ନ ପଂଚାୟତରେ ଅର୍ପଣ ରଥକୁ ସ୍ୱାଗତ କରାଯାଇଛି । ଜଗନ୍ନାଥ ପ୍ରେମୀଙ୍କ ଠାରୁ ଗୁଆ ଓ ଅକ୍ଷତ ଅରୁଆ ଚାଉଳ ସଂଗ୍ରହ କରାଯାଇଛି । ସେପଟେ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକରେ ଅର୍ପଣ ରଥ ଭ୍ରମଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ରାଣୀପିଣ୍ଡା ଭୈରବ ମନ୍ଦିର ନିକଟରୁ ଶୁଭାରମ୍ଭ ହୋଇ ବିଭିନ୍ନ ପରିଭ୍ରମଣ କରୁଛି ସୁସଜିତ ଜଗନ୍ନାଥଙ୍କ ଅର୍ପଣ ରଥ ।