କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ମନମୋହୁଛି ସବୁଜ ବଳୟ । ଲାଗୁଛି ଯେମିତିି ବଡଦାଣ୍ଡରେ ସୃଷ୍ଟି ହୋଇଛି ପ୍ରକୃତିର ନିବାସ । ସବୁଜିମା ପରିବେଶ ଭିତରେ ଝଲସି ଉଠୁଛି ଶ୍ରୀକ୍ଷେତ୍ର । ଘେରାଏ ବୁଲି ଆସିଲେ ମନ ଆନନ୍ଦରେ ଭରି ଯାଉଛି । ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସବୁଜିମା ଭରା ପରିବେଶର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ଯାହାକୁ ଶ୍ରଦ୍ଧାଳୁଙ୍କ ଭିତରେ ଭକ୍ତି ଭାବନା ଜାଗ୍ରତ କରୁଛି । ଶ୍ରୀକ୍ଷେତ୍ରର ଏହି ରୂପାନ୍ତରଣକୁ ନେଇ ବେଶ ଖୁସି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧୀନରେ ୭୫ ମିଟରରେ ତିନୋଟି ପର୍ଯ୍ୟାୟରେ ରହିଛି ଗ୍ରୀନ କରିଡର । ତେବେ ଏସବୁ ସମ୍ଭବ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ।

ଏହି ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ପରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ କେମିତି କଂକ୍ରିଟ ଜଂଗଲ ରହିଥିଲା । ଜବରଦଖଲ ଯୋଗୁଁ ସଂକୁଚିତ ହୋଇଯାଇଥିଲା ଶ୍ରୀମନ୍ଦିରର ବାହାର ପ୍ରଦକ୍ଷିଣ ମାର୍ଗ । ହେଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପରେ ଏବେ ଉନ୍ମୁକ୍ତ ହୋଇଛି ମେଘନାଦ ପାଚେରୀଠାରୁ ୭୫ମିଟର ପରିଧି ଅଂଚଳ । ଆଉ ଶ୍ରୀମନ୍ଦିର ଚାରିପଟ ଫାଙ୍କା ହେବା ପରେ ସେହି ସ୍ଥାନକୁ ଲ୍ୟାଣ୍ଡ ସ୍କେପିଂ କରି ଯୋଜନା ମୁତାବକ ସବୁଜ ବଳୟ ସୃଷ୍ଟି କରାଯାଇଛି ।

କେବଳ ଏତିକି ନୁହେଁ ପରିକ୍ରମା ପ୍ରକଳ୍ପ ଧାର୍ମିକ ନଗରୀ ପୁରୀକୁ ନୂଆ ରୂପ ଦେଇଛି । ତେବେ ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଥିବାରୁ, ବାକି ଥିବା ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଆଉ ପ୍ରତିଟି କାର୍ଯ୍ୟ କେମିତି ଲୋକଙ୍କ ମନ ଛୁଇଁବ ସେଥିପାଇଁ ପ୍ରଶାସନ ଓ ନିର୍ମାଣକାରୀ ସଂସ୍ଥା ଉଦ୍ୟମ ଜାରି ରହିଛି ।