କନକ ବ୍ୟୁରୋ : ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ । ଜିଲ୍ଲାପାଳ କାର୍ଯ୍ୟାଳୟରେ ଲିପ୍ଟରେ ଫସିଲେ ୮ ଜଣ ଆଇନଜୀବୀ । ୨୦ ମିନିଟ ପରେ ସେମାନଙ୍କୁ ଲିପ୍ଟରୁ ବାହାର କରାଯାଇଛି । ଲିପ୍ଟ ଅଚଳ ହେବା ଯୋଗୁଁ ଘଟିଥିଲା ଏହି ଅଘଟଣ । ଲିପ୍ଟରେ ଫସିଥିବା ବେଳେ ଆଇନଜୀବୀମାନଙ୍କୁ ଉଦ୍ଧାର କରିବା ପାଇଁ କେହି ନଥିଲେ । ଟେକ୍ନିକାଲ ଇଂଜିନିୟର ଚାବି ନିଜ ପାଖରେ ରଖିଥିଲେ ମଧ୍ୟ ଖୋଲିବା ପାଇଁ ଉଦ୍ୟମ କରିନଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଲିପ୍ଟରୁ ଆଇନଜୀବୀଙ୍କୁ ଉଦ୍ଧାର କରିଥିଲେ । ଶ୍ରୀମନ୍ଦିରର କେବଳ ପଶ୍ଚିମ ଦ୍ୱାର ନୁହଁ ପୁରୀବାସୀଙ୍କ ପାଇଁ ଚାରିଦ୍ୱାର ଖୋଲିବା ନେଇ ଜିଲ୍ଲାପାଳଙ୍କୁ ମେମୋରେଣ୍ଡ ଦେବାକୁ ଆସିଥିଲେ । ଫେରିବା ସମୟରେ ଏଭଳି ଅଘଟଣ ଘଟିଥିଲା ।
ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ : ଜିଲ୍ଲାପାଳ କାର୍ଯ୍ୟାଳୟରେ ଲିପ୍ଟରେ ଫସିଲେ ୮ ଜଣ ଆଇନଜୀବୀ
/kanak/media/post_attachments/wp-content/uploads/2021/11/vlcsnap-2021-11-03-14h19m55s188.png)