କାଳିଆ ଟଙ୍କା ଫେରାଇବାକୁ ନୋଟିସ୍ । ଅସ୍ତରଙ୍ଗରେ ୫୧୭ ଜଣ ଚାଷୀଙ୍କ ଘରକୁ ଗଲା କାଳିଆ ନୋଟିସ୍, କୃଷି କର୍ମଚାରୀଙ୍କୁ ଘେରିଲେ ସ୍ଥାନୀୟ ଲୋକେ । ପ୍ରଶ୍ନ-କାହିଁକି ଫେରାଇବୁ ଟଙ୍କା?

286

କନକ ବ୍ୟୁରୋ: ୫୧୭ ଜଣ ଚାଷୀଙ୍କୁ କାଳିଆ ନୋଟିସ୍ । ଅଯୋଗ୍ୟ ହିତାଧିକାରୀ ଦର୍ଶାଇ କାଳିଆ ଟଙ୍କା ଫେରାଇବା ପାଇଁ ନୋଟିସ ଜାରି କରାଯାଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୩୧୭ ଜଣ ଓ କାକଟପୁରର ୨୧୮ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରାଇବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କୃଷି ଅଧିକାରୀ ଘରକୁ ଘର ବୁଲି ଟଙ୍କା ଫେରସ୍ତ ନୋଟିସ ବାଂଟିବା ପରେ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି । ସରକାରୀ କର୍ମଚାରୀ ନୋଟିସ ବାଂଟିବା ବେଳେ ଚାଷୀଙ୍କ ବିଭିନ୍ନ ପ୍ରଶ୍ନର ସାମ୍ନା କରିଛନ୍ତି ।

ତେବେ କିଛି ଚାଷୀ ସରକାରଙ୍କ ନୋଟିସ୍ ପରେ ଟଙ୍କା ଫେରସ୍ତ କରି ସାରିଥିବା ବେଳେ ଆଉ କିଛି ଚାଷୀ କାହିଁକି କାଳିଆ ଟଙ୍କା ଫେରସ୍ତ କରିବୁ ବୋଲି ପ୍ରଶ୍ନ କରିଛନ୍ତି । କରୋନା କାଳରେ କାମ ଧନ୍ଦା ନଥିବା ବେଳେ ଚାଷୀ ପରିବାର ଆର୍ଥିକ ଅନଟନ ଭିତରେ ଗତି କରୁଛନ୍ତି । ଏହି ସମୟରେ କେମିତି ଆଉ କେଉଁଠୁ ଟଙ୍କା ଆଣି ସରକାରଙ୍କୁ ଫେରସ୍ତ କରିବୁ ବୋଲି ଚାଷୀ କୃଷି ଅଧିକାରୀଙ୍କୁ ଚାଷୀ ପ୍ରଶ୍ନ କରିଛନ୍ତି ।