ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରାମଚନ୍ଦ୍ର ଜେନାଙ୍କ ଘରେ ଚଢାଉ

138

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର । ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ନିମାପଡ଼ା ତହସିଲଦାର ତଥା ସବ ରେଜିଷ୍ଟର ରାମ ଚନ୍ଦ୍ର ଜେନାଙ୍କ ଘରେ ଚଢାଉ କରାଯାଇଛି । ତସହିଲଦାରଙ୍କ କାର୍ଯ୍ୟାଳୟରେ ଚଢାଉ ବେଳେ ସେଠାରୁ ୪ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । ଯେଉଁ ଟଙ୍କାର ସେ ହିସାବ ଦେଇପାରିନଥିଲେ ବୋଲି  ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ସେହିପରି ନିମାପଡ଼ାସ୍ଥିତ ତାଙ୍କ ସରକାରୀ ଘରେ ଚଢାଉ ବେଳେ ୫୦ ହଜାର ଟଙ୍କା ଜବତ କରାଯାଇଛି । ଏଥିସହ ଭିଜିଲାନ୍ସ ପକ୍ଷରୁ  କଟକ ସିଡିଏ ସେକ୍ଟର-୧୧ରେ ଥିବା ତାଙ୍କ ଘରେ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଗାରଡପୁର ଧାନମଣ୍ଡଳ ଅଂଚଳରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି । ଏବେ ଚଢାଉ ଜାରି ରହିଥିବା ବେଳେ କିଛି ସମୟ ପରେ ତାଙ୍କ ସମ୍ପତି ନେଇ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି କୁହାଯାଉଛି । ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୭ ଜଣ ଡିଏସପି, ୨ ଜଣ ଇନଷ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ଏହି ଚଢାଉ କରିଛନ୍ତିି ।