ନିମାପଡା : ପୁରୀ ଜିଲ୍ଲା ନିମାପଡା ଚାରିଛକରେ ଉତ୍ତେଜନା । ପୁଲିସ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି । ପୁଲିସ ଗାଡି ପୋଡିବା ସହ ଢେଲାପଥର ମାଡ କରିଛନ୍ତି ଉତ୍ୟକ୍ତ ଲୋକେ । ଅନଶନକାରୀଙ୍କୁ ଉଠାଇବା ବେଳେ ଏଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି ।
ପରିସ୍ଥିତି ଅଣାୟତ ହେବାରୁ ଚାରିଛକରେ ୧୪୪ ଧାରା ଜାରି କରାଯାଇଥିବା ନିମାପଡାରେ ତହସିଲଦାର ସୂଚନା ଦେଇଛନ୍ତି । ୮ ଦିନ ହେବ ୭ ଦଫା ଦାବିରେ ଚାରିଛକର ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ ଅନଶନରେ ବସିଥିଲେ । ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତି ଦାବିରେ ସେ ଅନଶନରେ ବସିଥିବା ତାଙ୍କୁ ପୁଲିସ ଉଠାଇ ଦେବାରୁ ଏଭଳି ଉତ୍ତେଜନା ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-26-11h54m15s611.png)