ପୁରୀର ନୂଆ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ କନୱର ବିଶାଲ ସିଂ: କହିଲେ, ପୁରୀକୁ ଅପରାଧ ମୁକ୍ତ କରିବା ଲାଗି ପ୍ରୟାସ ଜାରି ରହିବ

91

କନକ ବ୍ୟୁରୋ: ପୁରୀର ନୂଆ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କନୱର ବିଶାଲ ସିଂ । ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି, ପୁରୀକୁ ଅପରାଧ ମୁକ୍ତ କରିବା ଲାଗି ପ୍ରୟାସ ଜାରି ରହିବ । ଅପରାଧୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହାଜତ ମୃତ୍ୟୁ ପ୍ରସଙ୍ଗରେ ନୂଆ ଏସପି କହିଛନ୍ତି, ପିପିଲି ଥାନାରେ ଅଭିଯୁକ୍ତ ଅସୁସ୍ଥ ହେବା ଘଟଣାରେ ମଧ୍ୟ କେନ୍ଦ୍ରାଂଚଳ ଡିଆଇଜି ତଦନ୍ତ କରୁଛନ୍ତି । ବିଚାର ବିଭାଗୀୟ ତଦନ୍ତ ପାଇଁ ଚିଠି ଦିଆଯାଇଛି । ଖୁବଶୀଘ୍ର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବ ।