କନକ ବ୍ୟୁରୋ : ପୁରୀର ନାମକରଣ ପରିବର୍ତନକୁ ସମର୍ଥନ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀକୁ ଜଗନ୍ନାଥ ପୁରୀ କରିବା ଲାଗି ସମର୍ଥନ ଜଣାଇ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ । ପୁରୀ ବେଳାଭୂମିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିରର ବାଲୁକା କଳାକୃତି ସହ ଓଡିଶାର ଅନେକ ଐତିହ୍ୟ, ସଂସ୍କୃତିକୁ ଯୋଡିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀର ନାମକରଣ ପରିବର୍ତନକୁ ଦାବି ଜଣାଇ ବାଲୁକା କଳାରେ ଜଗନ୍ନାଥ ପୁରୀ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।

Advertisment