ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତିକୁ ବେଖାତିର: ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ସୂର୍ଯ୍ୟ ଚନ୍ଦ୍ରକୁ ସେବାୟତଙ୍କ ଘରକୁ ନେଲେ ତଳିଆ କର୍ମଚାରୀ

ବେଶକୁ ସଂଗ୍ରାଳୟରେ ରଖିବା ପାଇଁ ଛତିଶା ନିଯୋଗ ବୈଠକରେ ହୋଇଥିଲା ନିଷ୍ପତି

461

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନାଥଙ୍କ ନାଗାର୍ଜୁନ ବେଶରେ ଲାଗିହୋଇଥିବା ସୂର୍ଯ୍ୟ ଚନ୍ଦ୍ରକୁ ନେଇଗଲେ ସେବାୟତ । ଅଭିଯୋଗ ଅନୁସାରେ ଜଣେ ସେବାୟତଙ୍କ ଘରକୁ ଏହି ସୂର୍ଯ୍ୟ, ଚନ୍ଦ୍ରକୁ ନେଇଯାଇଛନ୍ତି ଜଣେ ତଳିଆ କର୍ମଚାରୀ । କାହା ନିର୍ଦ୍ଦେଶରେ ଶ୍ରୀମନ୍ଦିର ଭିତରୁ ବଡଠାକୁରଙ୍କ ବେଶ ବାହାରକୁ ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ଏହା କେଉଁ ସେବାୟତଙ୍କ ଘରକୁ ନିଆଗଲା ସେ ନେଇ ତଦନ୍ତ ହେବା ଜରୁରୀ ହୋଇପଡିଛି । କାରଣ, ଠାକୁରଙ୍କୁ ଲାଗୁ ହୋଇଥିବା ବେଶ ସଂଗ୍ରହାଳୟରେ ରଖାଯିବ ବୋଲି ପୂର୍ବରୁ ନିଷ୍ପତି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଛତିଶା ଓ ପରିଚାଳନା କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ହୋଇଥିବା ବେଳେ କାହା ନିର୍ଦ୍ଦେଶରେ ସେବାୟତଙ୍କ ଘରକୁ ସୂର୍ଯ୍ୟ ଚନ୍ଦ୍ର ଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।