କନକ ବ୍ୟୁରୋ : ପୁରୀ ବାସେଳିସାହି ଥାନା ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ । ଗାଧେଇବାକୁ ଯାଇଥିବାବେଳେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତ ଯୁବକ ବଡଓଡିଆ ମଠ ଅଂଚଳର ଜୀତେନ୍ଦ୍ର ପୁରୋହିତ ବୋଲି ଜଣା ଜଣାପଡିଛି । ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ବାଜିଛି ଏକାଧିକ ଚୋଟ । ତେଣୁ ସଂଘବଦ୍ଧ ଭାବେ ଯୁବକଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଷ୍ଟମର୍ଟମ ପାଇଁ ମୃତଦେହକୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି । ହତ୍ୟାକାଣ୍ଡର କାରଣ ଏ ଯାଏଁ ଜଣାପଡିନାହିଁ । ପୁରୀ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।
ପୁରୀ ବାସେଳୀସାହୀରେ ଜଘନ୍ୟ ହତ୍ୟାକାଣ୍ଡ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ହୋଇଥିବା ସନ୍ଦେହ; ଯୁବକର ମୁଣ୍ଡ ଓ ଶରୀରରେ ଲାଗିଛି ଏକାଧିକ ଚୋଟ
/kanak/media/post_attachments/wp-content/uploads/2019/03/the-dead-man-hand-body-focus-on_8516f7ee-513c-11e9-b593-df9071890b8d.jpg)