ପରିକ୍ରମା ପ୍ରକଳ୍ପ ନେଇ ପୁରୀ ବିଧାୟକଙ୍କ ବଡ ବୟାନ । ଦଳ କହିଛି କାମକୁ ସମର୍ଥନ କର ।

334

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେଡି-ବିଜେପି ବିବାଦ ଜାରି ରହିଛି । ଏହାରି ଭିତରେ ବଡ଼ କଥା କହିଛନ୍ତି, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ସେ କହିଛନ୍ତି, ସେ କାମକୁ ବିରୋଧ କରୁନାହାଁନ୍ତି । ପ୍ରକଳ୍ପ କାମକୁ ସମର୍ଥନ କରୁଛନ୍ତି । ଜଗନ୍ନାଥ ମନ୍ଦିର କାମକୁ ନେଇ ରାଜନୀତି ନହେଉ । ଭାରତ ସରକାର ଓ ରାଜ୍ୟ ସରକାର ମିଶି କାମକୁ ସାରି ଦିଅନ୍ତୁ । ବିବାଦ ଭିତରକୁ ଟାଣିଲେ ମନ୍ଦିରର ଓ ପୁରୀର କ୍ଷତି ହେବ । କେବଳ ସେତିକିରେ ଅଟକି ଯାଇନାହାନ୍ତି ପୁରୀ ବିଧାୟକ । ସେ ଆହୁରି କହିଛନ୍ତି, ବିଜେପି ପକ୍ଷରୁ ତାଙ୍କୁ ପ୍ରକଳ୍ପକୁ ସମର୍ଥନ କରିବାକୁ କୁହାଯାଇଛି । ଗତକାଲି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ସହ ଜୟନ୍ତ ଷଡଙ୍ଗୀ ଯାଇଥିଲେ । ଦୁଇଦିନ ପୂର୍ବରୁ କହିଥିଲେ, ଏହି କାମରେ କେହି ଖୁସି ନାହାଁନ୍ତି, ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ । ହେଲେ ଆଜି ଏମିତି ବୟାନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି ।