କନକ ବ୍ୟୁରୋ: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଘଟଣା । ତିନି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କଲେଜ କର୍ତୃପକ୍ଷ । ଆସନ୍ତା ୨ ମାସ ଯାଏଁ ୩ ଛାତ୍ର ହଷ୍ଟେଲରେ ରହିପାରିବେ ନାହଁ କି କଲେଜରେ ପାଠ ପଢିପାରିବେ ନାହିଁ । ଏଥିସହ ୨୫ ହଜାର ଟଙ୍କା ଜୋରିମାନା କରାଯାଇଛି । ଇଣ୍ଟରନାଲ ଆସେସମେଣ୍ଟରୁ ସେମାନେ ବଞ୍ଚିତ ହେବେ ବୋଲି ମଧ୍ୟ ଆଣ୍ଟିି ରାଗିଂ କମିଟି ନିଷ୍ପତି ନେଇଛି ।

Advertisment

ଗତ ୧୭ ତାରିଖରେ ତିନି ଛାତ୍ର ମେଡିକାଲ କଲେଜର ଜଣେ ପ୍ରଥମ ବର୍ଷର ଛାତ୍ରଙ୍କ ଦାଢି କାଟି ଦେଇଥିଲେ । ଏହାପରେ ଛାତ୍ର ଜଣଙ୍କ କଲେଜର ଡିନଙ୍କ ନିକଟରେ ଅଭିଯୋଗ କରିଥିଲେ । ସେପଟେ ପୋଲିସରେ ମଧ୍ୟ ଏ ନେଇ ଏତଲା ଦାୟର ହୋଇଛି । ପେଣ୍ଠକଣ୍ଠା ସାମୁଦ୍ରିକ ଥାନା ମାମଲା ରୁଜୁ କରି ତିିନି ଜଣ ଛାତ୍ରଙ୍କୁ ନୋଟିସ୍ କରିଛି ।