ମେ ୩ ତାରିଖରେ ଓଡ଼ିଶାରେ ମାଡ ହୋଇଥିଲା ବାତ୍ୟା ଫୋନି । ପ୍ରଳୟଙ୍କାରୀ ବାତ୍ୟା ଫୋନିର କରାଳ ରୂପ ପୁରୀର ମେରାଇନ ଡ୍ରାଇଭକୁ ଉଜାଡି ଦେଇଥିଲା । କେଇ ମୁହୂର୍ତ୍ତ ମଧ୍ୟରେ ପୂରା ଖିନଭିନ୍ ହୋଇଯାଇଥିଲା ବାଲୁଖଣ୍ଡ ବନାଂଚଳ । ଫୋନିର କରାଳ ରୂପ ଏତେ ଭୟଙ୍କର ଥିଲା ଯେ ଯୁଆଡେ ଦେଖିଲେ ଖାଲି ଉଜୁଡା ଜଙ୍ଗଲର ଦୃଶ୍ୟ ଦେଖିବାକୁ ମିଳିଥିଲା । ‘ଫୋନି’ ପ୍ରହାରରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର । ଉଜୁଡ଼ି ଯାଇଥିଲା ସୌନ୍ଦର୍ଯ୍ୟ। ମାତ୍ର କିଛି ସୁଦୂରପ୍ରସାରୀ ଯୋଜନା ପାଇଁ ପୂର୍ବ ସୌନ୍ଦର୍ଯ୍ୟ ଫେରିଛି ।
publive-imageନୀଳ ନକ୍ସା ଆଙ୍କି ପର୍ଯ୍ୟଟନକୁ ଆଉ ପାଦେ ଆଗକୁ ନେବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। ଅସୁନ୍ଦର ମେରାଇନ ଡ୍ରାଇଭ ଏବେ ପୁଣି ଥରେ ହସି ଉଠିଛି । ଲୋକଙ୍କ ସହଯୋଗ ସାଙ୍ଗକୁ ସରକାରଙ୍କ କିଛି ପ୍ରୟାସ ଏବେ ପୁଣି ସେହି ପୁରୁଣା ରୂପକୁ ଫେରାଇଦେଇଛି । ଆଜି ମେରାଇନ ଡ୍ରାଇଭର ଏକ ଫଟୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ସେୟାର କରିଛନ୍ତି ।

Advertisment

ନବୀନ ଲେଖିଛନ୍ତି ଯେ କୌଣସି ବି ଝଡ ବା ବାତ୍ୟା ଓଡିଶାକୁ ଅଟକାଇପାରିବନାହିଁ । ଓଡ଼ିଶାବାସୀଙ୍କର ଝଡ଼କୁ ସମ୍ମୁଖୀନ କରିବାର ଅଦମ୍ୟ ସାହସ ଆମକୁ କାମ କରିବାକୁ ସବୁବେଳେ ପ୍ରୋତ୍ସାହନ ଦେଇଛି । ସବୁଜ ସୁନ୍ଦର ମେରାଇନ ଡ୍ରାଇଭ କମ ସମୟରେ ପୁଣି ଥରେ ସେହି ରୂପକୁ ଫେରିପାଉଛି । ଏହା ହେଉଛି ସେହି ଝଡକୁ ସମ୍ମୁଖୀନ କରିବାର ଏକ ଜ୍ୱଳନ୍ତ ଉଦାହରଣ।