ଟ୍ରେନ ଲାଇନ କଡରେ ୩ ଦିନ ! ଚଳନ୍ତା ଟ୍ରେନରୁ ଠେଲିଦେଇଥିଲେ ଅଜଣା ବ୍ୟକ୍ତି, ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କଲେ ସ୍ଥାନୀୟ ଲୋକେ

ଟ୍ରେନ ଲାଇନ କଡରେ ୩ ଦିନ ! ଚଳନ୍ତା ଟ୍ରେନରୁ ଠେଲିଦେଇଥିଲେ ଅଜଣା ବ୍ୟକ୍ତି, ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କଲେ ସ୍ଥାନୀୟ ଲୋକେ

source : sambad

କନକ ବ୍ୟୁରୋ :  ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରେଞ୍ଚ ପଞ୍ଚାୟତ ପୀଢ଼ପାଟଣା ଗ୍ରାମର ଜଣେ ବ୍ୟକ୍ତି ଗାଈଗୋରୁଙ୍କ ପାଇଁ ଘାସ କାଟିବାକୁ ରେଳ ଲାଇନ୍ କଡ଼କୁ ଯିବା ସମୟରେ ଟ୍ରେନ୍ରୁ ଖସିପଡ଼ି ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି। ଆହତ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ସିପୁଙ୍ଗ ଅଂଚଳର ସାଧୁ ଶେଖ। ସାଧୁ ଟ୍ରେନରୁ ଖସି ପଡ଼ିବା ପରେ ତିନି ଦିନ ହେଲା ଡେଲାଙ୍ଗ ରେଳ ଷ୍ଟେସନ୍ ନିକଟ ପିଢ଼ପାଟାନା ରେଳ ଲାଇନ୍ ପାଖରେ ଥିବା ବୁଦା ଭିତରେ ଭୋକ ଉପାସରେ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡେଲାଙ୍ଗ ମେଡିକାଲରେ ଭର୍ତ୍ତି କରିଛନ୍ତି।

publive-imageସୂଚନା ଅନୁଯାୟୀ, ସାଧୁ କୋଲକାତାରୁ ଟାୱାର କାମ କରିବାକୁ ପୁରୀ ଆସିଥିଲେ। ଗତ ୧୦ ତାରିଖ ଦିନ ସେ ଟ୍ରେନ୍ ଗେଟ୍ ପାଖରେ ବସିଥିବାବେଳେ ଡେଲାଙ୍ଗ ଷ୍ଟେସନ୍ ନିକଟ ପିଢ଼ପାଟାନା ରେଳ ଲାଇନ୍ ପାଖରେ ଥିବା ବୁଦା ନିକଟରେ ତାଙ୍କୁ କେହି ପଛରୁ ଠେଲି ଦେଇଥିଲା। ଫଳରେ ସେ ଟ୍ରେନ୍ରୁ ଖସି ପଡ଼ିଥିଲେ ଏବଂ ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ସେ କୁଆଡ଼େ ଯାଇ ନ ପାରି ରେଳ ଲାଇନ୍ ନିକଟରେ ଥିବା ବୁଦାରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ି ରହିଥିଲେ। ଦୀର୍ଘ ୩ ଦିନ ଧରି ଭୋକ ଉପାସରେ ପଡ଼ି ରହିଥିବା ବେଳେ କେହି ତାଙ୍କ ଡାକ ଶୁଣି ନଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ସାଧୁଙ୍କ ପାଟି ଶୁଣି ସାହସ କରି ବୁଦା ନିକଟକୁ ଯିବା ସହ ତାଙ୍କୁ ଉଦ୍ଧାର କରିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ସାଧୁଙ୍କୁ ପାଣି ଦେବା ସହ ଆଖପାଖ ଲୋକଙ୍କୁ ଏ ସଂପର୍କରେ ଜଣାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡେଲାଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe