ନିଶାଶକ୍ତ ପୁଅର ବିଭତ୍ସ କାଣ୍ଡ : ବାପାକୁ କୁରାଢ଼ିରେ ହାଣି କଲା ହତ୍ୟା; ଅଭିଯୁକ୍ତ ପୁଅକୁ ଗିରଫ କରି ପୋଲିସର ତଦନ୍ତ

Advertisment
ନିଶାଶକ୍ତ ପୁଅର ବିଭତ୍ସ କାଣ୍ଡ : ବାପାକୁ କୁରାଢ଼ିରେ ହାଣି କଲା ହତ୍ୟା; ଅଭିଯୁକ୍ତ ପୁଅକୁ ଗିରଫ କରି ପୋଲିସର ତଦନ୍ତ

କନକ ବ୍ୟୁରୋ : ନିଶାରେ ବାପାକୁ ମାରିଦେଲା ପୁଅ । ପୁଅର କୁରାଢି ଚୋଟର ବାପାର ମୃତ୍ୟୁ । ପୁରୀ ଜିଲ୍ଲା ପିପିଲି ସାନକଣ୍ଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୬୦ ବର୍ଷିୟ ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ପୁଅ ଜିତୁ ଘରକୁ ଫେରିଥିଲା । ଏହି ସମୟରେ ବାପା ତାଙ୍କୁ ଗାଳିଗୁଲଜ କରିଥିଲେ ।

ଯେଉଁଥିପାଇଁ ନିଶାରେ ଥିବା ପୁଅ ବାପାଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲା । ଘରେ ଥିବା ଏକ କୁରାଢିରେ ବାପାକୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହୃଷିକେଶଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe