କନକ ବ୍ୟୁରୋ : ନିଶାରେ ବାପାକୁ ମାରିଦେଲା ପୁଅ । ପୁଅର କୁରାଢି ଚୋଟର ବାପାର ମୃତ୍ୟୁ । ପୁରୀ ଜିଲ୍ଲା ପିପିଲି ସାନକଣ୍ଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୬୦ ବର୍ଷିୟ ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ପୁଅ ଜିତୁ ଘରକୁ ଫେରିଥିଲା । ଏହି ସମୟରେ ବାପା ତାଙ୍କୁ ଗାଳିଗୁଲଜ କରିଥିଲେ ।
ଯେଉଁଥିପାଇଁ ନିଶାରେ ଥିବା ପୁଅ ବାପାଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲା । ଘରେ ଥିବା ଏକ କୁରାଢିରେ ବାପାକୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହୃଷିକେଶଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/vlcsnap-2023-06-01-08h52m43s667.jpg)