ସ୍ତ୍ରୀ ସାଜିଲା ପ୍ରେମିକା, ସ୍ୱାମୀ କଲେ ଲୁଟ୍ ! ଇଂଜିନିୟରଂ ଛାତ୍ରଙ୍କୁ ପ୍ରେମରେ ଫସାଇ ଲୁଟ୍ ପରେ ବନ୍ଧା ହେଲେ ଦମ୍ପତି

ପୂର୍ବରୁ ରହିଛି ସମାନ ମାମଲା

652

କନକ ବ୍ୟୁରୋ: ଛାତ୍ରଙ୍କୁ ପ୍ରେମରେ ଫସେଇ ଲୁଟ୍ ଉଦ୍ୟମ କରି ବନ୍ଧା ହୋଇଛନ୍ତି ଦମ୍ପତି । ଗତ ୨୦ ତାରିଖରେ ଭୁବନେଶ୍ୱରର ଶଶୀଭୂଷଣ ସାହୁ ପୁରୀ ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଫେସବୁକ୍ ଜରିଆରେ ଜଣେ ଯୁବତୀ ତାଙ୍କ ସହ ସଂପର୍କ ରଖିଥିଲେ । ପରେ ମହିଳା ଜଣଙ୍କ ତାଙ୍କୁ ପୁରୀ ଡକାଇ ଥିଲେ । ଶଶୀଭୂଷଣ ପୁରୀ ଆସିଥିବା ବେଳେ ତାଙ୍କୁ ମହିଳାଙ୍କ ସ୍ୱାମୀ ଝିଅ ପାଖକୁ ନେଇ ଯିବି କହି ଏକ ଅଜଣା ସ୍ଥାନକୁ ନେଇ ଯାଇଥିଲା ।

ସେଠାରେ ମାରଣାସ୍ତ୍ର ଦେଖାଇ ଛାତ୍ରଙ୍କ ଠାରୁ ସୁନା ଚେନ୍, ମୋବାଇଲ୍ ଓ ୫ ହଜାର ଟଙ୍କା ଲୁଟି ନେଇଥିଲେ । ଶଶୀଭୂଷଣଙ୍କ ଅଭିଯୋଗ ଆଧାରରେ ପୁରୀ ଟାଉନ ଥାନା ପୁଲିସ ଲୁଟ କରିଥିବା ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ସେମାନଙ୍କ ଠାରୁ ଚୋରୀ ହୋଇଥିବା ସାମଗ୍ରୀ ସହ ଛୁରି ଓ ବନ୍ଧୁକ ଜବତ କରିଛି ।

ତେବେ ମହିଳା ଜଣଙ୍କ ନାଁ ରିୟା ଦାସ ହୋଇଥିବା ବେଳେ ସେ ଆଜେଂଲ ରିୟା ଫେସବୁକରେ ଶଶୀଭୂଷଣଙ୍କ ସହ ଚାଟ୍ କରୁଥିଲେ । ପରେ ସେହି ଚାଟ୍ ସବୁକୁ ଡିଲିଟ୍ କରି ଦେଇଛନ୍ତି । ପୂର୍ବରୁ ୨୦୧୬ରେ ଏମିତି ଏକ ମାମଲା ହୋଇଥିଲା ଏହି ଦମ୍ପତିଙ୍କ ବିରୋଧରେ ହୋଇଥିବା । ଯେଉଁଥିରେ  ଗିରଫ ହୋଇ ଜେଲ ଯାଇଥିଲେ ।