କାହାକୁ ମିଳିବ ଟିକେଟ, ହୋଇନି ସ୍ପଷ୍ଟ । ହେଲେ ରୋଚକ ହେବାରେ ଲାଗିଛି ପୁରୀ ରାଜନୀତି

Advertisment
କାହାକୁ ମିଳିବ ଟିକେଟ, ହୋଇନି ସ୍ପଷ୍ଟ । ହେଲେ ରୋଚକ ହେବାରେ ଲାଗିଛି ପୁରୀ ରାଜନୀତି

କନକ ବ୍ୟୁରୋ : ମେଂଟ ହେବ ନା’ ନାହିଁ ତାହା ସ୍ପଷ୍ଟ ହୋଇନି, କାହାକୁ କେଉଁ ଆସନରୁ ଟିକେଟ୍ ମିଳିବ ଘୋଷଣା ହୋଇନି, ତଥାପି ବିଜେଡିର ପୁରୀ ଟିମ୍ ପ୍ରସ୍ତୁତ । ପୁରୀ ସଂସଦୀୟ କ୍ଷେତ୍ର ଏବଂ ସଂସଦୀୟ କ୍ଷେତ୍ରରେ ଆସୁଥିବା ବିଧାନସଭା କ୍ଷେତ୍ର୍ରର ଟିକେଟ ଆଶାୟୀ ତଥା ସମ୍ଭାବ୍ୟ ପ୍ରାର୍ଥୀ, ଜଗା ଦର୍ଶନରୁ ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁଥିରେ ପୁରୀ ଲୋକସଭା ଆସନ ପାଇଁ ବିଜେଡିର ଟିକେଟ୍ ଆଶାୟୀ ଅରୁପ ପଟ୍ଟନାୟକଙ୍କ ସମେତ ସଂଜୟ ଦାସବର୍ମା, ଉମା ସାମନ୍ତରାୟ, ଅରୁଣ ସାହୁ, ରୁଦ୍ର ମହାରଥୀ, ସତ୍ୟ ନାରାୟଣ ପ୍ରଧାନ, ସୁନୀଲ ମହାନ୍ତି ଏବଂ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ପ୍ରମୁଖ ସାମିଲ ଥିଲେ । କୁହାଯାଉଛି, ଜଗା ଦର୍ଶନ ପରେ ପ୍ରଚାର ମୈଦାନକୁ ଓହ୍ଲାଇ ପାରନ୍ତି ବିଜେଡିର ପୁରୀ ଟିମ୍ ।

ପୁରୀ ସଂସଦୀୟ କ୍ଷେତ୍ରରେ ଆସୁଥିବା ୭ ବିଧାନସଭା ଆସନରୁ ୬ ବିଧାନସଭା ଆସନର ଟିକେଟ ଆଶାୟୀ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । କେବଳ ଚିଲିକା ଆସନର ଆଶାୟୀ କୁହାଯାଉଥିବା ପ୍ରସନ୍ନ ପାଟ୍ଟସାଣୀଙ୍କ ବ୍ୟତୀତ ପୁରୀ ସଦର, ସତ୍ୟବାଦୀ, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡ଼ ଆସନ ପାଇଁ ଦାବିଦାର ଥିବା ନେତା ଏଥିରେ ସାମିଲ ଥିଲେ । କୁହାଯାଉଛି, ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ଅରୁପ ପଟ୍ଟନାୟକ । ଗତ ନିର୍ବାଚନରେ ଭୁବନେଶ୍ୱରରୁ ପ୍ରାର୍ଥୀ ହୋଇଥିବା ଅରୁପ ପଟ୍ଟନାୟକଙ୍କୁ ଏଥର ଶ୍ରୀକ୍ଷେତ୍ରରୁ ମୈଦାନକୁ ଓହ୍ଲାଇପାରେ ବିଜେଡି ।

ଯଦିଓ ପୁରା ବିଜେଡି ଟିମ୍ ଏକାଠି ନଜର ଆସିଥିଲେ ତଥାପି ଉମା-ସଂଜୟ କଳିର ଝଲକ୍ ଦେଖିବାକୁ ମିଳିଥିଲା । ଉମାସାମନ୍ତରାୟଙ୍କ ହାବଭାବ ଓ ବୟାନରୁ ସେ ଅସନ୍ତୋଷ ଥିବା ସ୍ପଷ୍ଟ ଦେଖାଯାଉଥିଲା । ତେବେ ସଂଜୟ ଦାସବର୍ମା କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଉମା ସାମନ୍ତରାୟ ଟିକେଟ ନେଇ ଚୁଡ଼ାନ୍ତ ନିଷ୍ପତି ହୋଇନାହିଁ କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ ।

ଦୁଇ ଦିନ ତଳେ ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କୁ ଡାକି ବିଜେଡି ସୁପ୍ରିମୋ, ପ୍ରାର୍ଥୀ ଚୟନ ନେଇ ଆଲୋଚନା କରିଥିଲେ । କେଉଁ ନିର୍ବାଚନମଣ୍ଡଳୀରେ୍ କେମିତି ରହିଛି କାହାର ସଂଗଠନ ଏବଂ ଲୋକ ପ୍ରିୟତା ସେ ବାବଦରେ ଆଲୋଚନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe