କନକ ବ୍ୟୁରୋ : ଗତବର୍ଷ ଭଳି ଚଳିତବର୍ଷ ବି ଦେବସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରିବେ ଗଜପତି ମହାରାଜଙ୍କ ମୁଦିରସ୍ତ ନାରାୟଣ । ବୁଧବାର ଗଜପତି ମହାରାଜ ଦିବ୍ୟସିଂହ ଦେବ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛନ୍ତି ।
ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି , କୋଭିଡ୍ ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ମହାରାଜ ଚଳିତବର୍ଷ ସ୍ନାନଯାତ୍ରାରେ ଛେରାପହଁରା କରିପାରିବେନି ବୋଲି ଚିଠି ଲେଖି ଜଣାଇଛନ୍ତି। ତାଙ୍କ ବଦଳରେ ନାରାୟଣ ମୁଦିରସ୍ତ ଛେରା ପହଁରା କରିବେ। ସେହି ଅନୁଯାୟୀ ଗଜପତିଙ୍କ ପ୍ରତିନିଧି ଭାବେ ନାରାୟଣ ମୁଦିରସ୍ତଙ୍କୁ ଛେରା ପହଁରାର ସୁଯୋଗ ଦିଆଯିବ। ଏ ସଂପର୍କରେ ନାରାୟଣ ମୁଦିରସ୍ତ ଓ ତାଙ୍କ ପରିବାରକୁ ବି ଅବଗତ କରାଯାଇଛି। ୧୬ ବର୍ଷର ନାରାୟଣ ମୁଦିରସ୍ତ ଏହାକୁ ନିଜର ସୌଭାଗ୍ୟ ବୋଲି କହିଛନ୍ତି ।
ଗଣମାଧ୍ୟମକୁ ସେ କହିଛନ୍ତି, ‘ ଗତବର୍ଷ ତାଙ୍କ ବଡ଼ ଭାଇ ଗଜପତିଙ୍କ ପ୍ରତିନିଧି ଭାବେ ଛେରା ପହଁରା କରିଥିଲେ। ଏ ବର୍ଷ ତାଙ୍କୁ ଏହି ସୁଯୋଗ ମିଳିଛି। ଏହା ମହାପ୍ରଭୁଙ୍କ ଆଶୀର୍ବାଦ। ମହାପ୍ରଭୁଙ୍କ ଆଶୀର୍ବାଦ ନ ଥିଲେ ଏତେ ବଡ଼ ସେବା କରିବାକୁ ମୋତେ ସୁଯୋଗ ମିଳିବା ସ୍ବପ୍ନ। ଗଜପତି ମହାରାଜଙ୍କ ଆଦେଶକୁ ଅନୁପାଳନ ପୂର୍ବରୁ ଛେରା ପହଁରା ସମୟରେ ଉପସ୍ଥିତ ରହିବି, ସେବା କାର୍ଯ୍ୟ ତୁଲାଇବି’। ସୂଚନାଯୋଗ୍ୟ, ଚଳିତବର୍ଷ ପୁଷ୍ୟାଭିଷେକ ଅବସରରେ ରାଜନଅରରେ ନୂଆ ମୁଦିରସ୍ତ ଭାବେ ନାରାୟଣ ଶାଢ଼ୀ ବନ୍ଧାଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/26-9.jpg)