କଣାସରେ ପୁଣି ପଶିଲା ନଦୀ ଜଳ : ଦୟା, ରାଜୁଆର ଉଛୁଳା ପାଣିରେ ହଜାର ହଜାର ଚାଷ ଜମି ଜଳମଗ୍ନ

83

କନକ ବ୍ୟୁରୋ : କଣାସରେ ପୁଣି ପଶିଲା ନଦୀ ଜଳ । ଦୟା, ରାଜୁଆର ଉଛୁଳା ପାଣିରେ ଜଳମଗ୍ନ ହୋଇଛି ଚାଷ ଜମି । କଣାସ ବ୍ଲକର ଦୋକନ୍ଦା, ପାଣ୍ଡିଆକେରା, ବଡ଼ାସ ପଞ୍ଚାୟତର ହଜାର ହଜାର ଏକର ଚାଷଜମି ପଶିଛି ପାଣି । ଚଳିତ ବର୍ଷର ତୃତୀୟ ଥର ପାଇଁ ବ୍ଲକରେ ନଦୀ ପାଣି ପଶିଛି । ଦୋକନ୍ଦା ଗାଁ ଭିତରେ ମଧ୍ୟ ଉଛୁଳା ପାଣି ପଶିଛି । ଏପଟେ ପ୍ରଶାସନ ପୁରା ସଜାଗ ଥିବା ସୂଚନା ଦେଇଛନ୍ତି କଣାସ ତହସିଲଦାର ।