ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାରର ବିଶାଳତା ନେଇ ସମଗ୍ର ରାଜ୍ୟରେ ଯେଉଁ ଚର୍ଚ୍ଚା ଆଲୋଚନା, ଉତ୍କଣ୍ଠା ରହିଛି, ତା’ର ବାସ୍ତବତା ତଥା ଅବିକଳ ସ୍ୱରୂପ ହେଉଛି ଏମିତି । ଏହାବାଦ୍ ଭିତର ରତ୍ନଭଣ୍ଡାରରେ ଆଉ କୌଣସି ପ୍ରକୋଷ୍ଠ ନାହିଁ, ଯେଉଁଠାରେ ରତ୍ନ ଅଳଙ୍କାର ରହିଛି ଓ ଶ୍ରୀମନ୍ଦିର ପ୍ରଶାସନ ସେ ସମୟରେ ଗଣତି କରିନାହିଁ । ଅତଏବ ଏହାକୁ ଭିତର ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ସୁନାଳଙ୍କାର ପୂର୍ଣ୍ଣାଙ୍ଗ ତାଲିକା ବୋଲି ବିବେଚନା କରାଯାଇପାରେ ।
ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ୧୯୭୮ ମେ’ ୧୩ ତାରିଖରୁ ସେହିବର୍ଷ ଜୁଲାଇ ୨୩ ତାରିଖ, ଅର୍ଥାତ୍ ପାଖାପାଖି ୭୦ଦିନର ଗଣତି ପରେ ଯେଉଁ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିଲା, ତାହା ସୂଚାଉଛି ଯେ ମହାପ୍ରଭୁଙ୍କ ପାଖରେ ସେ ସମୟସୁଦ୍ଧା ମୋଟ ୪୫୪ ପ୍ରକାରର ୧୨ ହଜାର ୮୩୮ ଭରି ସୁନା (ଉଭୟ ଭିତର ଓ ବାହାର
ରତ୍ନଭଣ୍ଡାର ମିଶି) ଓ ୨୯୩ ପ୍ରକାରର ୨୨ ହଜାର ୧୫୩ ଭରି ରୁପା ରହିଥିଲା। ଏ ମଧ୍ୟରେ କିଛି ପ୍ରକାରର ସୁନା, ରୁପା ଅଛି, ଯାହାକୁ ଓଜନ କରାଯାଇପାରିନାହିଁ ।
ହୀରା, ନୀଳା, ମୋତି, ମାଣିକ ଭଳି ମୂଲ୍ୟବାନ ରତ୍ନପଥରକୁ ବାଦ୍ ଦେଲେ ମହାପ୍ରଭୁଙ୍କ ଭିତର ଓ ବାହାର ଭଣ୍ଡାରର ସବୁ ସୁନା ଓ ରୁପାର ଆଜି ଦିନର ବଜାର ମୂଲ୍ୟ ପାଖାପାଖି ୪୦ କୋଟି ୨୩ଲକ୍ଷ ୪୫ ହଜାର ୯୦୦ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଅର୍ଥାତ୍ ମହାପ୍ରଭୁଙ୍କ ସମ୍ପତ୍ତି ଆଜି ଦିନରେ ଅନ୍ୟ ରାଜ୍ୟରେ ଥିବା ଧନୀ ମନ୍ଦିର ତୁଳନାରେ ବେଶି କିଛି ନୁହେଁ। ଅବଶ୍ୟ ମୂଲ୍ୟବାନ ରତ୍ନପଥରକୁ ହିସାବ କଲେ ଏହି ମୂଲ୍ୟ ଆଉ କେଇ କୋଟି ଟଙ୍କା ବଢିଯିବ।
ଉଲ୍ଲେଖଯୋଗ୍ୟ, ଆସନ୍ତା ୪ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ଖୋଲିବ। ପାଖାପାଖି ୩୩ ବର୍ଷ ପରେ ରାଜ୍ୟ ସରକାର ଏହାକୁ ଖୋଲିବାକୁ ଆଉଥରେ ଅନୁମତି ଦେଇଛନ୍ତି। ଅବଶ୍ୟ ଏଥର ଭଣ୍ଡାର ଘରେ ଥିବା ରତ୍ନ ଅଳଙ୍କାର ଯାଞ୍ଚ କରାଯାଉନାହିଁ। କିନ୍ତୁ ଉଭୟ ଭିତର ଓ ବାହାର ଭଣ୍ଡାରକୁ ନେଇ ଏ ମଧ୍ୟରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆଲୋଚନା ଓ ତଥ୍ୟ ରଖାଯାଇଛି। କିଏ ଭିତର ଭଣ୍ଡାର ଗଣତି ହୋଇନାହିଁ ବୋଲି କହିଲାଣି ତ ଆଉ କିଏ ଏହା ଭିତରେ ଅନେକ ପ୍ରକୋଷ୍ଠର ଅବତାରଣା କଲେଣି।
Follow Us
/kanak/media/post_attachments/wp-content/uploads/2018/04/ratna-bb-ff-300x139.jpg)
/kanak/media/post_attachments/wp-content/uploads/2018/03/Ratna-3-300x225.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-03-at-9.48.13-AM-300x221.png)