ଶ୍ରୀମନ୍ଦିର ନୀଳଚକ୍ରରେ ବସିଲା ଚିଲ ! ଭକ୍ତଙ୍କ ମହଲରେ ଆଲୋଡ଼ନ

ଜଗନ୍ନାଥଙ୍କୁ ହୁଏ ସତସତିକା ଜ୍ୱର: ଏକଦା ଥର୍ମୋମିଟରରେ ମାପି ପ୍ରମାଣ ଦେଖାଇଥିଲେ ସେବାୟତ, ଅନୁଭୂତି ବଖାଣିଲେ ସୂର୍ଯ୍ୟନାରାୟଣ ରଥଶର୍ମା

କନକ ବ୍ୟୁରୋ: ଶ୍ରୀମନ୍ଦିର ନୀଳଚକ୍ରରେ ଗତକାଲି ଏକ ଚିଲ ବସିବା ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏକାଦଶୀ ଭଳି ଦିନରେ ଏଭଳି ଦୃଶ୍ୟ ଦେଖିବା ପରେ ଭକ୍ତମାନେ ଏହା ଏକ ବଡ଼ ଅନିଷ୍ଠର ଆଭାସ ବୋଲି ମତ ଦେଇଛନ୍ତି। ଗତକାଲି ଦିନ ପ୍ରାୟ ସାଢ଼େ ୨ଟା ସମୟରେ ଶ୍ରୀମନ୍ଦିର ଗହଳିଚହଳି ଥାଏ। ହଠାତ୍ ଏକ ଚିଲ ଶ୍ରୀମନ୍ଦିର ଉପରେ ଉଡ଼ୁଥିବାର ଦେଖିବାକୁ ମିଳିଥିଲା। କିଛି ସମୟ ଶ୍ରୀମନ୍ଦିର ଉପରେ ଉଡ଼ିବା ପରେ ଏହା ନୀଳଚକ୍ରର ଶିଖର ଉପରେ ବସିବାର ଦେଖିବାକୁ ମିଳିଥିଲା। ଡେଣା ମେଲାଇ ଏହା ୬ ମିନିଟରୁ ଅଧିକ ସମୟ ନୀଳଚକ୍ର ଉପରେ ବସିଥିଲା। କିଛି ସମୟ ପରେ ଉଡ଼ିଯାଇ ପୁନର୍ବାର ନୀଳଚକ୍ର ଉପରେ ବସିଥିଲା। ଅପରାହ୍ଣ ପ୍ରାୟ ୨ଟା ୩୭ ମିନିଟରେ ଏହା ନୀଳଚକ୍ର ଉପରୁ ଉଡ଼ିଯାଇଥିଲା।

publive-image

ଗତକାଲି ମଳମାସ ଏକାଦଶୀ। ଏକାଦଶୀ ଯୋଗୁଁ ଗତକାଲି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ରହିଥିଲା। ଉପବାସ ପାଳୁଥିବା ବହୁ ଭକ୍ତଙ୍କର ବି ଆନନ୍ଦ ବଜାରରେ ଭିଡ଼ ରହିଥିଲା। ଏକାଦଶୀ ଭଳି ଦିନରେ ଏଭଳି ଦୃଶ୍ୟ ଦେଖି ଭକ୍ତମାନେ ମର୍ମାହତ ହୋଇଛନ୍ତି। ବିଶ୍ୱାସ ରହିଛି, ଶ୍ରୀମନ୍ଦିର ଉପରେ କେହି ବି ପକ୍ଷୀ ଉଡ଼ନ୍ତିନି। ଯଦି କୌଣସି ସମୟରେ କେହି ପକ୍ଷୀ ଏଠାରେ ଉଡ଼ନ୍ତି, ତାହାଲେ ଏହା ଅନିଷ୍ଠର ଆଭାସ ବୋଲି ବିଶ୍ୱାସ ରହିଛି। କାହିଁ କେଉଁ କାଳରୁ ଏହି ବିଶ୍ୱାସ ଭକ୍ତଙ୍କ ମହଲରେ ରହି ଆସିଛି। ଏଭଳି ପରିସ୍ଥିତିରେ ନୀଳଚକ୍ର ଉପରେ ବାରମ୍ବାର ଚିଲ ବସିବା ଶୁଭଙ୍କର ନୁହେଁ ବୋଲି ଭକ୍ତମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe