ଆଜି ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ: ସାନିଟାଇଜ ହେବ ଶ୍ରୀମନ୍ଦିର; ସ୍ୱାଭାବିକ ଚାଲିବ ନୀତିକାନ୍ତି, କାଳିଆ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଆଖିରେ ରଖି ପ୍ରତି ରବିବାର ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ

64

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ବନ୍ଦ ରହିବ ଜଗା ଦର୍ଶନ । ମନ୍ଦିରକୁ ସାନିଟାଇଜ କରିବା ପାଇଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ଗତ ଗୁରୁବାର ଠାରୁ ବିନା କୋଭିଡ୍ ରିପୋର୍ଟରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ମିଳିବା ପରେ ପ୍ରତିଦିନ ଶ୍ରୀକ୍ଷେତ୍ରରେ ହଜାର ହଜାର ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା । ତେବେ ପ୍ରତି ରବିବାର ସାଧାରଣ ଦର୍ଶନକୁ ବନ୍ଦ ରଖି ସାନିଟାଇଜ କରାଯିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ତେବେ ଶ୍ରୀମନ୍ଦିରର ନୀତିକାନ୍ତି ପୂର୍ବ ଭଳି ଚାଲୁ ରହିବ । ଏଥିରେ କୌଣସି ବ୍ୟତିକ୍ରମ ହେବ ନାହିଁ ।