ଆଜି ବସିବ ଶ୍ରୀମନ୍ଦିର ପରିଚାଳନା ବୈଠକ : ପୋଷାକ ଯାଞ୍ଚ ପାଇଁ ମହିଳା ସୁରକ୍ଷାକର୍ମୀ ଜେଟିପିରେ ନଥିବାରୁ ହୋଇପାରେ ଆଲୋଚନା

92

କନକ ବ୍ୟୁରୋ : ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଅପରାହ୍ଣରେ ନୀଳାଦ୍ରି ଭକ୍ତ ନିବାସଠାରେ ଏହି ବୈଠକ ବସିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ସଦସ୍ୟ ଓ ନିଯୋଗ ମୁଖିଆମାନଙ୍କୁ ବୈଠକରେ ଯୋଗଦେବାକୁ ଚିଠି କରାଯାଇଛି । ଆଜିର ବୈଠକରେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକ ସମ୍ପର୍କରେ ଆଲୋଚନା ହୋଇପାରେ । ମହିଳା ଭକ୍ତଙ୍କ ଯାଞ୍ଚ ନେଇ ଦେଖା ଦେଇଥିବା ସମସ୍ୟା ଉପରେ ଆଲୋଚନା ସମ୍ଭାବନା ରହିଛି ।

ଜାନୁଆରୀ ପହିଲାରୁ ପୁରୀ ଶ୍ରୀମନ୍ଦିରରେ କଡାକଡି ହେବ ଅଶାଳୀନ ପୋଷାକ ପରିଧାନ କଟକଣା । ହେଲେ ଏହାକୁ ନେଇ କେଁ ଉଠିଛି । ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତଙ୍କୁ ଯେଉଁ କର୍ମଚାରୀମାନେ ଯାଞ୍ଚ କରିବେ ସମସ୍ତେ ପୁରୁଷ । ଏପରି ସ୍ଥଳେ ମହିଳା ଭକ୍ତଙ୍କୁ ଯାଞ୍ଚ ନେଇ ଆପତ୍ତି ଉଠିଛି । ତେଣୁ ଆଜିର ବୈଠକରେ ଏପ୍ରସଙ୍ଗରେ ଆଲୋଚନା ସମ୍ଭାବନା ରହିଛି । ଏହା ସହ ବୈଠକରେ ଆସନ୍ତା ୨୮ ତାରିଖରେ ପଡୁଥିବା ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟ ଠିକ୍ ଭାବେ କରିବାକୁ ଅନୁମୋଦନ କରାଯିବ । ସେହିପରି ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ଅନୁମୋଦନ ମଧ୍ୟ କରାଯିବ ।