ଶ୍ରୀମନ୍ଦିର ଗର୍ଭଗୃହ ନିରାପଦ ଥିବା କହିଲା ଏଏସଆଇ: ଆଜି ଯାଞ୍ଚ ହେବ ନାଟମଣ୍ଡପ

43

କନକ ବ୍ୟୁରୋ: ମହାପ୍ରଭୁ ୯ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ପରେ ଶ୍ରୀମନ୍ଦିର ଗର୍ଭଗୃହକୁ ଯାଞ୍ଚ କରିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ)। ଗତକାଲି ଏଏସଆଇ କୋର୍ କମିଟିର ଏକ ୬ ଜଣିଆ ପ୍ରତିନିଧିଦଳ ଯାଞ୍ଚ କରିବା ପରେ ମହାପ୍ରଭୁଙ୍କ ଗର୍ଭଗୃହ ନିରାପଦ ଥିବା ସୂଚନା ଦେଇଛି। ଗର୍ଭଗୃହରୁ ପାଣି ଗଳୁଥିବା ନେଇ ଅଭିଯୋଗ ଆସିବା ପରେ ଆଜି ଏ ତଦାରଖ କରାଯାଇଥିଲେ ହେଁ କେଉଁ ଜାଗାରୁ ପାଣି ଗଳୁଛି ତାର ସନ୍ଧାନ ପାଇନାହିଁ ଏଏସ୍ଆଇ।

ତେବେ ଗତକାଲି ଗର୍ଭଗୃହ ଯାଞ୍ଚ ପରେ ଆଜି ନାଟମଣ୍ଡପ ଯାଞ୍ଚ ହେବ ବୋଲି ଜଣାପଡିଛି। ଯାଞ୍ଚ ପାଇଁ ଆସିଥିବା ପ୍ରତିନିଧିଦଳରେ ଜିସି ମିତ୍ର, ଏନସି ପାଲ, ପଦ୍ମଲୋଚନ ମହାପାତ୍ର, ଅରୁଣ ମଲ୍ଲିକ, ବିନ୍ଧେଶ୍ବର ପାତ୍ର, ଅତୁନ କୁଲକର୍ଣ୍ଣି ପ୍ରମୁଖ ସାମିଲ ଥିଲେ। ତେବେ ପ୍ରତିନିଧିଦଳ ରତ୍ନଭଣ୍ଡାର କଥା ଉଠାଇ ନ ଥିଲେ। ସରକାର ରତ୍ନଭଣ୍ଡାର ଚାବିକୁ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ଓ ଏହାକୁ ସାର୍ବଜନୀନ କରାଯାଇନଥିବାରୁ ଏଏସଆଇ କୋର୍ କମିଟି ଏ ସଂପର୍କରେ ମୁହଁ ଖୋଲିନାହିଁ।

Comments are closed.