ସରିଲା ଶ୍ରୀମନ୍ଦିର ୭ ଦ୍ୱାରର ରୁପା ଛାଉଣୀ କାମ : ବ୍ୟବହାର ହୋଇଛି ୭ କ୍ୱିଂଟାଲ ରୁୁପା

ଦାନ ସୁତ୍ରରେ ଯୋଗାଇଛନ୍ତି ଦାତା; ମୂଳ ଡିଜାଇନ୍ ରହିଛି ଅକ୍ଷୁର୍ଣ୍ଣ

603

କନକ ବ୍ୟୁରୋ : ରୁପାରେ ଛାଉଣି ହେଲା ଶ୍ରୀମନ୍ଦିରର ୭ଟି ଦ୍ୱାର । ପୂର୍ବରୁ ଆଦିନୃସିଂହ ମନ୍ଦିର ଓ ମା ବିମଳାଙ୍କ ମନ୍ଦିର ଦ୍ୱାର କାମ ଶେଷ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ମା ଲକ୍ଷ୍ମୀଙ୍କ ମନ୍ଦିରର ପ୍ରମୁଖ ଦ୍ୱାରକୁ ଶେଷ ସ୍ପର୍ଶ ଦିଆଯାଇଛି । ନବନିର୍ମିତ ଦ୍ୱାର ଲାଗିବା ପରେ ଏଥିରେ ରୁପା ଚାଦର ସହ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ବର୍ଗାକାର ରୁପା ପ୍ଲେଟ ସଂଯୋଗ କରାଯାଇଛି । ଯାହା ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରିଛି । ଶ୍ରୀମନ୍ଦିରର ୭ ପ୍ରମୁଖ ଦ୍ୱାରରେ ଏଭଳି ରୁପା ଛାଉଣି ବିରଳ ହୋଇଥିବା ବେଳେ ଏହାକୁ ଦେଖିବାକୁ ଭକ୍ତଙ୍କ ଭିତରେ ବେଶ୍ ଆଗ୍ରହ ପ୍ରକାଶ ପାଇଛି ।

ଶ୍ରୀମନ୍ଦିରର ବେହେରଣ ଦ୍ବାର, ଜୟ-ବିଜୟ ଦ୍ବାର, ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର, ସାତପାହାଚ ଦ୍ବାର, ଆଦି ନୃସିଂହ ମନ୍ଦିର, ମା’ ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ଦ୍ବାରର ନୂଆ ବର୍ମା ଟିକ୍‌ରେ ନିର୍ମାଣ ସରିଥିବା ବେଳେ ପର୍ଯ୍ୟାୟ କ୍ରମେ ଏଥିରେ ରୁପା ଚାଦର ଆଚ୍ଛାଦିତ କରାଯାଉଥିଲା। ରଥଯାତ୍ରା ପୂର୍ବରୁ ନୂଆ ବର୍ମା ଟିକ୍‌ରେ ନିର୍ମିତ ଜୟ-ବିଜୟ ଓ ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର ଲାଗିବା ପରେ ଏହା ଉପରେ ରୁପା ଚାଦର ଲଗାଯାଇଥିଲା। ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ପୂର୍ବରୁ ନବନିର୍ମିତ ସାତପାହାଚ ଦ୍ବାର ଓ ବେହେରଣ ଦ୍ବାର ଲାଗିବା ପରେ ଏହା ଉପରେ ରୁପାର ଚାଦର ଓ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ପ୍ଲେଟ୍‌ ଲାଗିଥିଲା। ଏ ଭିତରେ ଆଦିନୃସିଂହ, ମା’ ଲକ୍ଷ୍ମୀ ଓ ମା’ ବିମଳାଙ୍କ ମନ୍ଦିର ଦ୍ବାର କାମ ଶେଷ ହୋଇଛି।