ଆଡପ ମଣ୍ଡପରେ ମହାପ୍ରଭୁ : ବନକଲାଗି ପାଇଁ ରାତି ୮ଟାରୁ ବନ୍ଦ ରହିବ ଦର୍ଶନ,ସକ୍ଷେପରେ ଜାଣନ୍ତୁ ଆଜିର ସଂପୂର୍ଣ୍ଣ ରୀତିନୀତି ସଂପର୍କରେ....

ଆଡପ ମଣ୍ଡପରେ ମହାପ୍ରଭୁ : ବନକଲାଗି ପାଇଁ ରାତି ୮ଟାରୁ ବନ୍ଦ ରହିବ ଦର୍ଶନ,ସକ୍ଷେପରେ ଜାଣନ୍ତୁ ଆଜିର ସଂପୂର୍ଣ୍ଣ ରୀତିନୀତି ସଂପର୍କରେ....

କନକ ବ୍ୟୁରୋ: ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଆଡପ ମଣ୍ଡପକୁ ବିଜେ କରିଛନ୍ତି । କର୍ମବେଦିରୁ ଜନ୍ମବେଦିରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଛି। ଜନ୍ମବେଦି ଏଥି ପାଇଁ ଉତ୍ସବ ମୁଖର ହୋଇଉଠିଛି। ଆଡ଼ପ ମଣ୍ଡପ ବିଜେ ପରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ସେପଟେ ଶ୍ରୀବିଗ୍ରହଙ୍କ ବନକଲାଗି ଉପଲକ୍ଷେ ଆଜି ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଛି। ଆଜି ରାତି ୮ଟା ପର୍ଯ୍ୟନ୍ତ ଆଡ଼ପ ପହଣ୍ଡିରେ ତିନି ଠାକୁରଙ୍କୁ ଭକ୍ତମାନେ ଦର୍ଶନ କରି ପାରିବେ। ଏହା ପରଠାରୁ ବିଳମ୍ବିତ ରାତି ଯାଏ ବନକ ଲାଗି ନୀତି ଶେଷ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

publive-image

ଆଜି ସକାଳ ୫ଟାରେ ମଙ୍ଗଳଆଳତି, ସାଢ଼େ ୫ଟାରେ ଭିତରଶୋଧ, ୬ଟାରେ ମଙ୍ଗଳ ଆଳତି, ସାଢ଼େ ୬ଟାରେ ମଇଲମ ଓ ତଡ଼ପଲାଗି, ୭ଟାରେ ଅବକାଶ ନୀତି ସଂପନ୍ନ ହେବ। ଏହା ପରେ ଭକ୍ତମାନେ ସାହାଣମେଲା ଦର୍ଶନ କରିବେ। ସକାଳ ସାଢ଼େ ୭ରୁ ସାଢ଼େ ୮ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ରହିଛି। ବାକି ଭକ୍ତମାନେ ପରିମାଣିକ ଟିକେଟ୍ କାଟି ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

publive-image

ସକାଳ ୯ଟାରେ ରୋଷହୋମ, ୯ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୯ଟାରେ ଦ୍ଵାରପାଳ ପୂଜା ଓ ବୋଷ ବେଶ, ପୂର୍ବାହ୍ଣ ୧୦ଟାରେ ଗୋପାଳବଲ୍ଲଭ, ସାଢ଼େ ୧୦ରୁ ୧୨ଟା ସକାଳ ଧୂପ, ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ଭୋଗ ମଣ୍ଡପ, ୧ଟା ୪୫ରେ ମଇଲମ, ସାଢ଼େ ୨ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ୩ଟାରେ ଘଣ୍ଟଛତା ସର୍ବାଙ୍ଗ, ସାଢ଼େ ୩ଟାରେ ନୂଆଲୁଗା ଲାଗି ବେଶ, ସାଢ଼େ ୪ଟାରୁ ସାଢ଼େ ୫ଟା ମଧ୍ୟାହ୍ନ ଧୂପ, ସଂଧ୍ୟା ୫ରୁ ସାଢ଼େ ୬ଟା ଦ୍ଵିତୀୟ ଭୋଗମଣ୍ଡପ ନୀତି ଶେଷ ହେବ। ଦ୍ଵିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଆରମ୍ଭ ହେବ। ଏଥି ପାଇଁ ରାତି ୮ଟାରୁ ବନକଲାଗି ଶେଷ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe