କୋହଳ ହୋଇପାରେ କାଳିଆ ଦର୍ଶନ କଟକଣା: ଦର୍ଶନ ବ୍ୟବସ୍ଥାର ସମୀକ୍ଷା ପରେ ଉଠିପାରେ କୋଭିଡ ନେଗେଟିଭ ବ୍ୟବସ୍ଥା

କୋହଳ ହୋଇପାରେ କାଳିଆ ଦର୍ଶନ କଟକଣା: ଦର୍ଶନ ବ୍ୟବସ୍ଥାର ସମୀକ୍ଷା ପରେ ଉଠିପାରେ କୋଭିଡ ନେଗେଟିଭ ବ୍ୟବସ୍ଥା

କନକ ବ୍ୟୁରୋ: କୋହଳ ହୋଇପାରେ କାଳିଆ ଦର୍ଶନ କଟକଣା । ଉଠିପାରେ କୋଭିଡ଼ ନେଗେଟିଭ୍ ରିପୋର୍ଟ ବ୍ୟବସ୍ଥା । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଲୋଚନା ହୋଇପାରେ । ଦର୍ଶନ ବ୍ୟବସ୍ଥା ସଂପର୍କରେ ପୁଂଖାନୁପୁଂଖ ଆଲୋଚନା ହେବାର ରହିଛି । ସପ୍ତାହେ ଧରି ଚାଲିଥିବା ଦର୍ଶନ ବ୍ୟବସ୍ଥାର ସମିକ୍ଷା କରାଯିବ । ବିଶେଷ କରି ସାଧାରଣ ଭକ୍ତି କିଭଳି ସୁବିଧାରେ ଦର୍ଶନ ପାଇ ପାରିବେ ତାହା ଏହି ବୈଠକରେ ଫୋକସରେ ରହିବ ।

କୋଭିଡ଼ ରିପୋର୍ଟ ପାଇଁ ଅର୍ଥ ଯୋଗାଡ଼ କରିପାରୁନଥିବା ଭକ୍ତ ଯେଭଳି ସୁବିଧା ଦର୍ଶନ କରି ଫେରିବେ, ତାହା ଉପରେ ପୁଂଖାନୁପୁଂଖ ଆଲୋଚନା ହେବ । ଦୀର୍ଘ ୯ ମାସ ପରେ ଡ଼ିସେମ୍ବର ୨୩ ତାରିଖରୁ ଶ୍ରମନ୍ଦିର ଖୋଲିଛି । କରୋନା କଟକଣା ଭିତିରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁା କୋଭିଡ଼ ରିପୋର୍ଟର କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ଠିଆ କରିଛି । ଦର୍ଶନ ପାଇଁ ଲାଗିଥିବା ବ୍ୟାରିକେଟ ଅପେକ୍ଷା ବାହାରେ ପ୍ରବଳ ଭିଡ଼ ହେଉଛି ।

ପୂର୍ବ ନିଷ୍ପତ୍ତି ମୁତାବକ ସପ୍ତାହକର ଦର୍ଶନ ବ୍ୟବସ୍ଥା ଦେଖିବା ପରେ ଆଜି ମଧ୍ୟାହ୍ନରେ ଏହାର ସମୀକ୍ଷା ପାଇଁ ବୈଠକ ଡକାଯାଇଛି। ମୁଖ୍ୟ ପ୍ରଶାସକଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା କରିବ। ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀ, ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ବି ବୈଠକରେ ଯୋଗଦେବେ। ଦର୍ଶନ ବ୍ୟବସ୍ଥା କେମିତି ଥିଲା, ଆଉ କ’ଣ ପରିବର୍ତ୍ତନ ଅଣାଯାଇ ପାରିବ, ସେ ଉପରେ ମତ ସଂଗ୍ରହ କରାଯିବ। କୋଭିଡ୍‌ ରିପୋର୍ଟ କଟକଣାକୁ ନେଇ ବିରୋଧାଭାଷ ଥିବାବେଳେ ଏହାକୁ ହଟାଇବାକୁ ଯୋଜନା କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe