ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଆଜିଠାରୁ ଶ୍ରୀମନ୍ଦିର ଜଗମୋହନର ପକେଟ୍ ଫେମିଂ କାର୍ଯ୍ୟ ଆରମ୍ବ ହେବ । ଭିତରରେ ଥିବା ୬ଟି ବିମର କାର୍ଯ୍ୟ ହେବ । ଦିନକୁ ପ୍ରାୟ ୬ ଘଂଟା କାମ ହେବ । କାର୍ଯ୍ୟ ସମୟରେ ଭକ୍ତମାନେ ବାହରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।
ପୂର୍ବରୁ ହୋଇଥିବା ଜଗମୋହନ ବୈଠକରେ ସୂଚନା ଦେଇଥିଲେ ବୈଷୟିକ କୋର କମିଟି ଅଧ୍ୟକ୍ଷ ଜି.ସି. ମିତ୍ର । ଏଏସଆଇର ଯୁଗ୍ମ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଜଗମୋହନ ମରାମତିକୁ ନେଇ ଏଏସଆଇକୁ ତାଗିଦ କରିଥିଲେ ହାଇକୋର୍ଟ । ଜଗମୋହନ ମରାମତି କରିବାରେ ଆଇଏସଆଇ ବିଳମ୍ବ କରୁଥିବାର ଅଭିଯୋଗ ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-06-08h54m49s382.png)