ପୁଣି ଆରମ୍ଭ ହେବ ପୁରୀ-ଇନ୍ଦୋର-ପୁରୀ ବିଶେଷ ଟ୍ରେନ ଚଳାଚଳ । ରେଳ ମନ୍ତ୍ରାଳୟ ପକ୍ଷରୁ ନିଆଗଲା ନିଷ୍ପତି, ଜାଣନ୍ତୁ କେବେଠୁ ଆରମ୍ଭ ହେବ ସେବା?

116

କନକ ବ୍ୟୁରୋ : ପୁରୀ-ଇନ୍ଦୋର-ପୁରୀ ବିଶେଷ ଟ୍ରେନ ସେବାକୁ ୨୦୨୧ ଜୁଲାଇ ୧୩ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ପୁନଃ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି । ତେବେ ମଇ ମାସ ପ୍ରଥମ ସପ୍ତାହରୁ ଏହି ଟ୍ରେନ ସେବାକୁ ବାତିଲ କରି ଦିଆଯାଇଥିଲା ।

୦୯୩୭୧/୦୯୩୭୨ ଇନ୍ଦୋର-ପୁରୀ-ଇନ୍ଦୋର ସ୍ପେଶାଲ୍ ଇନ୍ଦୋରରୁ ଜୁଲାଇ ୧୩ ଠାରୁ ପ୍ରତି ମଙ୍ଗଳବାର ଦିନ ଏବଂ ପୁରୀରୁ ଜୁଲାଇ ୧୫ ଠାରୁ ପ୍ରତ୍ୟେକ ଗୁରୁବାର ଦିନ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ ପାଇଁ ନିର୍ଦ୍ଧାରିତ ଷ୍ଟେସନମାନଙ୍କ ଠାରେ ସମୟ ସାରଣୀ ଏବଂ ରହଣୀ ଷ୍ଟେସନ ଅପରିବର୍ତ୍ତିତ ରହିବ ।

ରଥଯାତ୍ରା ସମୟରେ କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଏହି ଟ୍ରେନ ଇନ୍ଦୋରରୁ ଜୁଲାଇ ୧୩ ଓ ୨୦ତାରିଖ ଦିନ ଏବଂ ପୁରୀରୁ ଜୁଲାଇ ୧୫ ଓ ୨୨ ତାରିଖ ଦିନ ଉଭୟ ପାର୍ଶ୍ୱରୁ ଇନ୍ଦୋର ଓ ଖୋର୍ଦ୍ଧା ରୋଡ଼ ମଧ୍ୟରେ ଚଳାଚଳ କରିବ ଏବଂ ଖୋର୍ଦ୍ଧା ରୋଡ଼ ଓ ପୁରୀ ମଧ୍ୟରେ ଏହି ଟ୍ରେନ ସେବା ବାତିଲ ରହିବ ।