ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ନିଆଁ : ଷ୍ଟେସନରେ ଛିଡା ହୋଇଥିବା ବେଳେ ଏକ୍ସପ୍ରେସର ୩ଟି ବଗିରେ ଅଗ୍ନିକାଣ୍ଡ

287

କନକ ବ୍ୟୁରୋ : ତପସ୍ୱିନୀ ଏକ୍ସପ୍ରେସରେ ନିଆଁ । ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଏକ୍ସପ୍ରେସର ୩ଟି ବଗିରେ ନିଆଁ ଲାଗିଛି । ପୁରୀ ଷ୍ଟେସନରେ ଟ୍ରେନଟି ଛିଡା ହୋଇଥିବାବେଳେ ଅଗ୍ନିକାଣ୍ଡ ଘଟିଛି । ଦମକଳ ବାହିନୀ ପହଚିଂ ନିଆଁକୁ ଆୟତ୍ତ କରିଛି । ତେବେ ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳ ନିୟୋଜିତ ଥିଲେ । ସୂଚନା ଅନୁସାରେ, ବଗିଟି ଖାଲିଥିଲା, କେହି ଯାତ୍ରୀନଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।