ପୁରୀ ହାଜତ ମୃତ୍ୟୁ ମାମଲାରେ ନୂଆ ମୋଡ଼: ପ୍ରଶ୍ନ ପଚାରିଲେ ବିଜେପି ବିଧାୟକ, କୁଆଡେ ଗଲେ ମୃତକଙ୍କ ମାଆ; ବିଜେପି କହିଲା, କାଲି ଦେଇପାରନ୍ତି ପୁରୀ ବନ୍ଦ ଡାକରା

223

କନକ ବ୍ୟୁରୋ: ପୁରୀ ହାଜତ ମୃତ୍ୟୁ ଦିନକୁ ଦିନ ବିବାଦୀୟ ହୋଇପଡୁଛି । ଏ ନେଇ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ବଡ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, କାଲି ପରିବାର ଉପରେ ଚାପ ପକାଇ ବୟାନ ଦିଆଯାଇଛି । ତାଙ୍କ ପରିବାର ଉପରେ ଚାପ ପକାଯାଇଛି । ହାଜତ ମୃତ୍ୟୁର ପ୍ରାଣ ହରାଇଥିବା ଯୁବକଙ୍କ ମାଙ୍କୁ କେଉଁଠି ଲୁଚାଇ ରଖାଯାଇଛି । କେଉଁଠି ରଖାଯାଇଛି ତାର ପତ୍ତା ମିଳୁନି । ତାଙ୍କ ମା ଆସିଲେ ଖୁଲାସା ହେବ ବୋଲି କହିଛନ୍ତି । ସେପଟେ ମୋହନ ମାଝି କହିଛନ୍ତି, ବିଧାନସଭାରେ ଏହି ପ୍ରସଙ୍ଗ ଉଠିବ ଏଥିପାଇଁ ମୁଲତବୀ ପ୍ରସ୍ତାବ ଦିଆଯାଇଛି । ଦରକାର ହେଲେ କାଲି ପୁରୀ ବନ୍ଦ ଡାକରା ଦିଆଯାଇପାରେ ।