ଶ୍ରୀମନ୍ଦିର ଐତିହ୍ୟ ପ୍ରାଧିକରଣ ଉପନିୟମ ଅଧିସୂଚନା ବିଜ୍ଞପ୍ତି ପ୍ରତ୍ୟାହାର । ନିଷ୍ପତ୍ତିକୁ ସ୍ୱାଗତ କଲେ ଗଜପତି ମହାରାଜା ।

43

କନକ ବ୍ୟୁରୋ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତ ଐତିହ୍ୟ ପ୍ରାଧିକରଣ ଉପନିୟମ ଅଧିସୂଚନା ବିଜ୍ଞପ୍ତି ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତି ମହାରାଜା ସ୍ୱାଗତ କରିଛନ୍ତି । ତା ସହିତ ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତୀୟ ଯେ କୌଣସି ପଦକ୍ଷେପ ନେବା ପୂର୍ବରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଲୋଚନା କରିବା ନିମନ୍ତେ ଗଜପତି ଅନୁରୋଧ କରିଛନ୍ତି । ବିଶ୍ୱର ଅଗ୍ରଣୀ ଧାର୍ମିକ, ଆଧାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ରୂପେ ଜଗନ୍ନାଥ ଧାମର ରୂପାନ୍ତରଣ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ହୋଇପାରିବ ବୋଲି ଗଜପତି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ସଂକ୍ରାନ୍ତରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏକ ବାଇ ଲ ଜାରି କରିଥିଲେ । ଯାହା ଫଳରେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଥାନ୍ତା । ଏହାପରେ ଏହାକୁ ନେଇ ରାଜନୈତିକ ବୟାନବାଜି ହେବା ସହିତ ଏହି ବାଇ ଲ କୁ ଫେରାଇ ନିଆଯାଇଛି । ଯାହାପରେ ଏବେ ଗଜପତି ମହାରାଜା ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି ।

Comments are closed.