କନକ ବ୍ୟୁରୋ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତ ଐତିହ୍ୟ ପ୍ରାଧିକରଣ ଉପନିୟମ ଅଧିସୂଚନା ବିଜ୍ଞପ୍ତି ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତି ମହାରାଜା ସ୍ୱାଗତ କରିଛନ୍ତି । ତା ସହିତ ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତୀୟ ଯେ କୌଣସି ପଦକ୍ଷେପ ନେବା ପୂର୍ବରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଲୋଚନା କରିବା ନିମନ୍ତେ ଗଜପତି ଅନୁରୋଧ କରିଛନ୍ତି । ବିଶ୍ୱର ଅଗ୍ରଣୀ ଧାର୍ମିକ, ଆଧାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ରୂପେ ଜଗନ୍ନାଥ ଧାମର ରୂପାନ୍ତରଣ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ହୋଇପାରିବ ବୋଲି ଗଜପତି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ସଂକ୍ରାନ୍ତରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏକ ବାଇ ଲ ଜାରି କରିଥିଲେ । ଯାହା ଫଳରେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଥାନ୍ତା । ଏହାପରେ ଏହାକୁ ନେଇ ରାଜନୈତିକ ବୟାନବାଜି ହେବା ସହିତ ଏହି ବାଇ ଲ କୁ ଫେରାଇ ନିଆଯାଇଛି । ଯାହାପରେ ଏବେ ଗଜପତି ମହାରାଜା ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/pjimage-2.jpg)