କନକ ବ୍ୟୁରୋ: କିଭଳି ହେବ ରଥାଯାତ୍ରା ? କରୋନା ମହାମହାରୀ ଭିତରେ କେମିତି ହେବ ଶ୍ରୀଜିଉଙ୍କ ଘୋଷଯାତ୍ରା? ଏଭଳି ଆଶା ଆଶଙ୍କାରେ କୋଟି କୋଟି ଜଗନ୍ନାଥପ୍ରେମୀ ଥିବାବେଳେ ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହ ଦେବ । ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତି କରିବା ପାଇଁ ଗଜପତି ମହାରାଜ ମୁଖ୍ୟ ଶାସନ ସଚିବଙ୍କୁ ଚିଠ ଲେଖିଛନ୍ତି । ଚଳିତ ବର୍ଷ କରୋନା କଟକଣା ଭିତରେ ରଥଯାତ୍ରା ପାଳନକୁ ନେଇ ଶୀଘ୍ର ନିଷ୍ପତି ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ କହିଛନ୍ତି ଗଜପତି ମହାରାଜ ।
ତେବେ ଆଗକୁ ଆସୁଥିବା ଚନ୍ଦନ ଯାତ୍ରା ଓ ସ୍ନାନ ଯାତ୍ରା ବାବଦରେ ତୁରନ୍ତ ନିଷ୍ପତି ନେବାକୁ ଚିଠିରେ ଶାସନ ସଚିବଙ୍କୁ କହିଛନ୍ତି ଗଜପତି ମହାରାଜ । ମହାପ୍ରଭୁଙ୍କ ଘୋଷଯାତ୍ରା ପୂର୍ବରୁ ସମସ୍ତ ନୀତିକାନ୍ତି କିଭଳି ସୁରୁଖୁରରେ ରଥଯାତ୍ରା ଓଡିଶା ତଥା ସାରା ବିଶ୍ୱର ଏକ ଅନନ୍ୟ ପର୍ବ ଭାବେ ପାଳିତ ହୋଇଥାଏ । ଆଉ ଚଳିତ ବର୍ଷ କରୋନା କଟକଣା ଭିତରେ ରଥଯାତ୍ରା ପାଳନକୁ ନେଇ ଦ୍ୱନ୍ଦ ଲାଗି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/CHITHI.jpg)