ଆଜି ପୁରୀ ଗଜପତି ମହାରାଜଙ୍କ ଝିଅ ବାହାଘର । ଦିବ୍ୟସିଂହଦେବଙ୍କ ତୃତୀୟ କନ୍ୟା ଦେବେଶୀ ଦେବୀଙ୍କ ବିବାହ ଅନୁଷ୍ଠିତ ହେବ । ହରିୟାନା ବର୍ଦ୍ଧମାନର ରାଜକୁମାରଙ୍କୁ ବିବାହ କରିବେ । ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ସହ ବିବାହ ଅନୁଷ୍ଠିତ ହେବ । ରାଜ ପରିବାରର ବାହାଘର ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଏହା ଗଜପତି ମହାରାଜଙ୍କ ଶେଷ ପାରିବାରିକ ଉତ୍ସବ ହୋଇଥିବାରୁ

Advertisment

ଯୋଗଦେବେ ଦେଶବିଦେଶର ରାଜପରିବାର ସଦସ୍ୟ । କୋଭିଡ୍ ପାଇଁ ସେତେ ଆଡମ୍ବର ସହକାରେ ବିବାହ କାର୍ଯ୍ୟ ଆୟୋଜନ କରାଯାଉନାହିଁ । ଭୁବନେଶ୍ୱରର ଏକ ତାରକା ହୋଟେଲରେ ବିବାହ ଭୋଜି ଅନୁଷ୍ଠିତ ହେବ । ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି । ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ତେବେ ବିବାହ ପାଇଁ ବରପକ୍ଷ ପୁରୀରେ ପହଂଚି ସାରିଛନ୍ତି । ପୁରୀରେ ବରପକ୍ଷଙ୍କ ରହଣୀର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।