ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେଲା ଶିଳାନ୍ୟାସ : ପ୍ରକଳ୍ପର ଶିଳା ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ,ଯଜ୍ଞର ପୂର୍ଣ୍ଣାହୂତି ଦେଲେ ଗଜପତି ମହାରାଜ

200

କନକ ବ୍ୟୁରୋ :ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ ହେଲା ଶିଳାନ୍ୟାସ । ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଶିଳା ସ୍ଥାପନ କରିବା ପରେ ୩ ଦିନ ଧରି ଚାଲିଥିବା ଯଜ୍ଞର ପୂର୍ଣ୍ଣହୂତି ଦେଇଛନ୍ତି ଗଜପତି ମହାରାଜ । ଦିନ ୧୦ଟା ୩୦ରେ ଶ୍ରୀମନ୍ଦିର ଐତିହ୍ୟ କରିଡରର ଶିଳା ସ୍ଥାପନ କରାଯାଇଛି । ଐତିହ୍ୟ କରିଡର କାମର ଶୁଭାରମ୍ଭ କରିବା ପାଇଁ ସାଢେ ୯ଟା ସୁଦ୍ଧା ପୁରୀରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶଙ୍କରାଚାର୍ଯ୍ୟ, ଗଜପତି ଓ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସମେତ ପ୍ରାୟ ଶତାଧିକ ଅତିଥିଙ୍କ ଉପସ୍ଥିତିରେ ଶିଳାନ୍ୟାସ କାର୍ଯ୍ୟକ୍ରମ ସମାପନ ହୋଇଛି । ଏହାପରେ ପୁଷ୍ପାଞ୍ଜଳି ଓ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଛି । ଏହି ଐତିହ୍ୟ କରିଡର ପାଇଁ ଜମି ଦେଇଥିବା ଜମି ମାଲିକ ଓ ମଠ ମହନ୍ତଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମୁଖ୍ୟମନ୍ତ୍ରୀ ପରିକ୍ରମା ମାର୍ଗ ମଡେଲ ଅନାବରଣ କରିଛନ୍ତି ।

ମହାଯଜ୍ଞ ଓ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ହୋଇଛି । ବଡଦାଣ୍ଡରୁ କେତେ ଉଠାଦୋକାନକୁ ଉଚ୍ଛେଦ କରାଯାଇଛି । ଦେକାନ ବନ୍ଦ ରଖିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଆଜିର ଶିଳାନ୍ୟାସ ପରେ ପରିକ୍ରମା ମାର୍ଗ ନିର୍ମାଣ କାମ ଆରମ୍ଭ କରିବ ଟାଟା ପ୍ରକଳ୍ପ । ୧୮ ମାସ ମଧ୍ୟରେ କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩୩୧କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

ଜଗା ପାଇଁ ଜମି ଦେଇ ସମ୍ମାନିତ ହେଲେ ଶ୍ରୀକ୍ଷେତ୍ରବସୀ । ଐତିହ୍ୟ କରିଡର ପାଇଁ ବଡଦେଉଳ ଚାରିପଟେ ଥିବା ବ୍ୟକ୍ତିଙ୍କ ଘର ଓ ମଠକୁ ଭାଙ୍ଗି ଦିଆଯାଇଛି । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମି ହରାଇଥିବା ୧୩୧ଜଣଙ୍କ ବ୍ୟକ୍ତିଙ୍କ ସମେତ ୧୬ଟି ମଠର ମହନ୍ତଙ୍କୁ ସମ୍ମାନିତ କରିଛନ୍ତି ମ୍ରୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ଚାରିପୁଟ ୭୫ ମିଟର ପରିଧି ଭିତରେ ଥିବା ସବୁ ନିର୍ମାଣକୁ ଭାଙ୍ଗି ଦିଆଯାଇଛି ।

ଲୋକଙ୍କ ଘର, ଦୋକାନ ସହ ବହୁ ପୁରୁଣା ମଠ ମଧ୍ୟ ଉଚ୍ଛେଦ କରିଛନ୍ତି ସରକାର । ଶ୍ରୀମନ୍ଦିର ଚାରିପାଖ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ପ୍ରତିଷ୍ଠା ହେବ ପରିକ୍ରମା ପ୍ରକଳ୍ପ ତଥା ଐତିହ୍ୟ କରିଡର । ଏଥିପାଇଁ ଉଚ୍ଛେଦ ପ୍ରକ୍ରିୟା ପ୍ରାୟ ୯୫ ପ୍ରତିଶତ ଶେଷ ହୋଇଛି ।