କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଆଜି ରଥଯାତ୍ରା ତୃତୀୟ ସମନ୍ୱୟ କମିଟି ବୈଠକ ବସୁଛି । ପୁରୀ ଟାଉନ୍ ହଲରେ ଦିନ ୧୧ଟାରେ ବୈଠକ ଆରମ୍ଭ ହେବ । ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ।
ସ୍ୱାସ୍ଥ୍ୟ, ଗମନାଗମନ, ରାସ୍ତାଘାଟ, ରଥ ନିର୍ମାଣ ଆଦିର ବିସ୍ତୃତ ସମୀକ୍ଷା ହେବ । ଭର୍ଚୁଆଲ ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ । ଅନ୍ୟପଟେ ବିଭିନ୍ନ ବିଭାଗର ଏକାଧିକ ମନ୍ତ୍ରୀ, ବିଧାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ସେପଟେ ରୂପକାର ସେବକମାନେ ସିଂହାସନରେ ଡାଳି, ଲତା, ପଦ୍ମ ପାଖୁଡ଼ା, କୁମ୍ଭ ଆଦି ଖୋଦେଇ ପରେ ପଲିସ୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି । ଚିତ୍ରକର ସେବକମାନେ ରଥରେ ଲାଗିବାକୁ ଥିବା ପାର୍ଶ୍ୱ ଦେବଦେବୀ ମୂର୍ତ୍ତିଙ୍କ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ଆଜି ତିନି ରଥର ଧଳା ରଙ୍ଗ ଦିଆଯାଇଛି । କୋଣଗୁଜ, ଜଳଯନ୍ତ୍ର ଆଦିରେ ଚିତ୍ରକର ସେବକ ରଙ୍ଗ ଦେଇଛନ୍ତି । ଓଝା ସେବକମାନେ ବିଡ଼ିଆ କଣ୍ଟା, ପୋଟଳ ଓରା କଣ୍ଟା, ବାଗିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/4-25.jpg)