ବିଳମ୍ବିତ ରାତିରେ ପୁରୀର ବଳଙ୍ଗା ଥାନାରେ ବିସ୍ଫୋରଣ । ଉଡିଲା ଥାନାର ଛାତ, ଭୁଶୁଡିଲା କାନ୍ଥ

337

କନକ ବ୍ୟୁରୋ : ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ । ବିସ୍ଫୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା । ଥାନାର କାନ୍ଥ ଭୁଶୁଡ଼ି ପଡ଼ିଛି । କାନ୍ଥ ପଡ଼ି ଅନେକ ଆସବାବପତ୍ର ନଷ୍ଟ ହୋଇଛି । ବିସ୍ଫୋରଣରେ କାହାର କିଛି କ୍ଷତି ହୋଇନଥିବା ବେଳେ ୮୦ ଭାଗ ପୂରା ମାଟିରେ ମିଶି ଯାଇଛି । ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଆଖପାଖ ଲୋକ ଭୟଭୀତ ହୋଇ ପଡ଼ିଥିଲେ ।

ତେବେ କିଏ ଓ କାହିଁକି ବିସ୍ଫୋରଣ କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପିପିଲି ଏସଡିପିଓ ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ କରିଛନ୍ତି । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସଡିପିଓ କହିଛନ୍ତି । ଥାନାରେ ଜବତ ହୋଇ ରହିଥିବା ବାଣ କିମ୍ବା ବ୍ୟବହାର ହେଉଥିବା ବ୍ୟାଟେରୀ ବିସ୍ଫୋରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।