ପୁରୀ ଶ୍ରୀମନ୍ଦିର ଚାରିପାଖରେ ପୁଣି ଆରମ୍ଭ ହେଲା ଉଚ୍ଛେଦ କାମ : ସିଂହଦ୍ୱାର ସମ୍ମୁଖ ପୁରାତନ ରାଧାବଲ୍ଲଭ ମଠ ଭାଙ୍ଗୁଛି ପ୍ରଶାସନ

Advertisment
ପୁରୀ ଶ୍ରୀମନ୍ଦିର ଚାରିପାଖରେ ପୁଣି ଆରମ୍ଭ ହେଲା ଉଚ୍ଛେଦ କାମ : ସିଂହଦ୍ୱାର ସମ୍ମୁଖ ପୁରାତନ ରାଧାବଲ୍ଲଭ ମଠ ଭାଙ୍ଗୁଛି ପ୍ରଶାସନ

କନକ ବ୍ୟୁରୋ : ଦୀର୍ଘ ଦିନ ପରେ ପୁଣି ପୁରୀରେ ଆରମ୍ଭ ହେଲା ଉଚ୍ଛେଦ ପକ୍ରିୟା । ଶ୍ରୀମନ୍ଦିର ଠାରୁ ୭୫ ମିଟର ପରିଧି ଭିତରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ବହୁ ପୁରାତନ ରାଧାବଲ୍ଲଭ ମଠର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ଥିବା ଏହି ମଠର ସାମ୍ନାପାଶ୍ୱର୍କୁ ଜେସିବି ମେସିନ ସାହାଯ୍ୟରେ ଉଚ୍ଛେଦ କରାଯାଉଛି ।

ଉଚ୍ଛେଦ କାର୍ଯ୍ୟରେ ଗୋଟିଏ ଜେସିବି ମେସିନ୍, ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ, ଜଣେ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ସିଟି ଡ଼ିଏସପି ଆଦି ବରିଷ୍ଠ ଅଧିକାରୀଙ୍କ ତତ୍ୱବଧାନରେ ଉଚ୍ଛେଦ କରାଯାଉଛି । ରାଧାବଲ୍ଲଭ ମଠରେ ୧୩ଟି ଦୋକାନ ଘର ରହିଛି । ଖଜା ଦୋକାନ, କଂସା ପିତଳ ଦୋକାନ ଆଦି ରହିଛି । ରାଧାବଲ୍ଲଭ ମଠର କିଛି ଅଂଶ ୭୫ ମିଟର ପରିଧି ମଧ୍ୟରେ ପଡ଼ୁଛି । ଆଉ ସବୁ ସୁରକ୍ଷିତ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe