ଉଚ୍ଛେଦ ସମୟରେ ମେଘନାଦ ପାଚେରୀକୁ ଲାଗି କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଥଇଥାନ କଲେ ସରକାର । ପ୍ରଥମ ପର୍ଯ୍ୟାୟରେ ୨୬ ଦୋକାନୀଙ୍କୁ ମିଳିଲା ନୂଆ ସ୍ଥାନ ।  

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଥଇଥାନ ପ୍ୟାକେଜ୍ । ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀ, ମଠ, ଲଜ ଅଧିଗ୍ରହଣ, ଦୋକାନ ଗୃହ ଅଧିଗ୍ରହଣ ସହାୟତା ଓ ପୁନର୍ବାସ ଯୋଜନା ବାବଦରେ ହେଲା ବଡ ଘୋଷଣା

କନକ ବ୍ୟୁରୋ: ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରୁ ଉଚ୍ଛେଦ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀଙ୍କୁ ଥଇଥାନ କଲା ପୁରୀ ପ୍ରଶାସନ । ଉଚ୍ଛେଦ ସମୟରେ ମେଘନାଦ ପାଚେରୀକୁ ଲାଗି ଥିବା କ୍ଷତିଗ୍ରସ୍ତ ହୋଇଥଇବା ୮୧ଟି ଦୋକାନୀଙ୍କ ମଧ୍ୟରୁ ୨୬ଟି ଦୋକାନୀଙ୍କୁ ଥଇଥାନ ପାଇଁ ପ୍ରଥମ ପର୍ଯ୍ୟାୟରେ ଥଇଥାନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ସେମାନେ ଜଗନ୍ନାଥ ବଲ୍ଲଭ କ୍ରାଫ୍ଟ କମ୍ଲେକ୍ସରେ ଥଇଥାନ କରାଇବାକୁ ଆବେଦନ କରିଥିଲେ ଯାହାକୁ ମଞ୍ଜୁର କରାଯାଇଛି ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ।

publive-imageଅନ୍ୟପଟେ ବାକି କ୍ଷତିଗ୍ରସ୍ତ ଦୋକାନୀ ଆବେଦନ କଲେ ସେମାନଙ୍କର ସୁବିଧା ମୁତାବକ ଥଇଥାନ କରାଯିବ । ଅନ୍ୟପଟେ ଯେଉଁମାନେ ଭାବୁଛନ୍ତି ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରୁ ସବୁ କିଛି ଉଚ୍ଛେଦ ହୋଇଯିବ ତାହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି ପ୍ରଶାସନ । ଏପରିକି ଶ୍ରୀମନ୍ଦିର ଠାରୁ ୭୫ ମିଟର ପରିଧି ଭିତରେ ଉଚ୍ଛେଦ ନୁହେଁ ବରଂ ସେଗୁଡ଼ିକୁ ଉନ୍ନତି କରଣ କରାଯିବ ବୋଲି ସମସ୍ତ ପୁରୀ ଓ ଜଗନ୍ନାଥପ୍ରେମୀଙ୍କୁ ଆଶ୍ୱସ୍ତି କରିଛନ୍ତି ପୁରୀ ଜିଲ୍ଲାପାଳ । ତେବେ ବର୍ତ୍ତମାନ ଉଚ୍ଛେଦ ମଧ୍ୟରେ ଗୋପବନ୍ଧୁ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରାଯାଇଛି ସେହିଭଳି ବିଭିନ୍ନ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଥିବା ଐତିହ୍ୟ ସ୍ଥଳୀର ଗାଦିକୁ ସୁରକ୍ଷିତ ରଖାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

publive-imageଶ୍ରୀକ୍ଷେତ୍ର ପୁରୀରେ ରବିବାର ଉଚ୍ଛେଦ କାର୍ୟ୍ୟ ବନ୍ଦ ଥିଲା । ଉଚ୍ଛେଦ କାମ ସୋମବାର ମଧ୍ୟ ବନ୍ଦ ରହିବ। ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। ପୁରୀ ମନ୍ଦିରରେ ଭିଡ଼ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଭିଡ ଦୃଷ୍ଟିରୁ ରବିବାର ଓ ସୋମବାର (ଗଣେଶ ପୂଜା) ପାଇଁ ଉଚ୍ଛେଦ କାର୍ୟ୍ୟକୁ ବନ୍ଦ ରଖାଯାଇଛି। ଉଚ୍ଛେଦ କାର୍ୟ୍ୟ ମଙ୍ଗଳବାର ଠାରୁ ପୁଣି ଜାରି ରହିବ। ସୂଚନାଯୋଗ୍ୟ ପୁରୀରେ ଏବେ ଉଚ୍ଛେଦ କାର୍ୟ୍ୟ ଜାରି ରହିଛି। ତୃତୀୟ ଦିନରେ ଶନିବାର ବହୁ ବଡ଼ ବଡ଼ କୋଠା ମାଟିରେ ମିଶି ସାରିଛି। ଐତିହାସିକ ଏମାର ମଠ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe