କନକ ବ୍ୟୁରୋ : ପୁରୀରେ ମଠ ଉଚ୍ଛେଦ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ବେଳେ ଏନେଇ ବସିଛି ବୈଠକ । ପୁରୀ ଜିଲ୍ଳାପାଳଙ୍କ ସହ ୧୫ ଜଣିଆ ସର୍ବଦଳୀୟ କମିଟିର ଆଲୋଚନା ଚାଲିଛି । ଆଲୋଚନା ପରେ ଯାହା କିଛି ନିଷ୍କର୍ସ ବାହାରିବ । ମଠ ଉଚ୍ଛେଦ ହେବ କି ବନ୍ଦ ରହିବ ତାହା ଆଲୋଚନା ପରେ ସ୍ପଷ୍ଟ ହେବ । ରାଜନୈତିକ ନେତାଙ୍କ ସହିତ ଆଇନଜୀବୀ, ସେବାୟତ, ସ୍ୱେଛାସେବୀ, ମଠ ମହନ୍ତ, ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଗଠନ ହୋଇଛି ସର୍ବଦଳୀୟ କମିଟି ।

Advertisment

ସାଧୁସନ୍ଥଙ୍କ ବିରୋଧ ଓ ପରେ ମଠ ସଂସ୍କୃତିର ସୁରକ୍ଷା ଓ ଉଚ୍ଛେଦ ବନ୍ଦ ନେଇ ସର୍ବ ଦଳୀୟ କମିଟି ଦାବି କରିବା ପରେ , ବଡଆଖଡା ମଠ ଉଛେଦ ପ୍ରକ୍ରିୟା ସାମୟିକ ଭାବେ ବନ୍ଦ ରଖାଯାଇଛି । ।ବିନା କୌଣସି ଥଇଥାନରେ କିପରି ମଠ ଭଂଗା ଯିବ, ସାଧୁ ସନ୍ଥ କେଉଁ ସ୍ଥାନରେ ଥଇଥାନ ହେବେ ସେ ନେଇ ପ୍ରଶ୍ନ କରିଛି ସନ୍ଥ ସମାଜ ।