ପୁରୀ : ପୁରୀ ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତେଜନା ଘଟଣାରେ ଇସ୍ତଫା ଦେଇଛନ୍ତି ୪ ଡାକ୍ତର। ତାଙ୍କ ସୁରକ୍ଷା ଯୋଗାଇ ଦେବା ଦାବିରେ ସେମାନେ ଏହି ଇସ୍ତଫା ଦେଇଛନ୍ତି। ବାରମ୍ବାର ଡାକ୍ତରଙ୍କୁ ଆକ୍ରମଣ କରାଯାଉଥିବା ସେମାନେ  ଅଭିଯୋଗ କରିଛନ୍ତି।

Advertisment

ଗତକାଲି  ପୁରୀ ବଡ ଡାକ୍ତରଖାନାରେ ରୋଗୀମୃତ୍ୟୁକୁ ନେଇ ବ୍ୟାାପକ ଭଂଗାରୁଜା ହୋଇଥିଲା। ଉତ୍ୟକ୍ତ ଲୋକେ ଡାକ୍ତରଖାନାର ଚେୟାର, କାଚ, ଝରକା ଓ ଆସବାବପତ୍ର ଭାଂଗିଦେଇଥିଲେ। ପୁରୀ ସଦର ଥାନା ବାଟ ଗାଁର ନବକିଶୋର ଜେନାଙ୍କ ମୃତ୍ୟୁ ପରେ ହସପିଟାଲରେ ଉତେଜନା ଦେଖାଦେଇଥିଲା। ନବକିଶୋରଙ୍କ ସମ୍ପର୍କୀୟମାନେ ହଠାତ୍ ତାତି ଉଠିଥିଲେ। ପରେ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହାପରେ କିଛି ସମୟଧରି ଡାକ୍ତରଖାନାରେ ଉତେଜନା ଲାଗିରହିଥିଲା।