ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ସିତାରାମ ସାହୁ : ପୁରୀ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଏକକାଳିନ ଚଢାଉ

69

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ସିତାରାମ ସାହୁ । ଭିଜିଲାନ୍ସ ବିଭାଗ ପକ୍ଷରୁ ପୁରୀ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଏକକାଳିନ ଚଢାଉ କରାଯାଇଛି । ଭୁବନେଶ୍ୱର, ନୟାଗଡ଼ ସମେତ ପୁରୀ ସିଦ୍ଧମହାବୀର ସ୍ଥିତ ବାସଭବନରେ ରେଡ଼ କରିଛି ଭିଜିଲାନ୍ସ । ତେବେ ସୀତାରାମଙ୍କୁ ପଚରା ଉଚରା କରୁଛି ଭିଜିଲାନ୍ସ । ଭିଜିଲାନ୍ସର ୮ଟି ଟିମରେ ୪ଜଣ ଡ଼ିଏସପି, ୫ଜଣ ଇନସ୍ପେକ୍ଟର ଅଛନ୍ତି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି ।