ଦୀପାବଳି ପାଇଁ ଶ୍ରୀମନ୍ଦିର ଚାରିପଟେ ଜାରି ହେଲା ୧୪୪ ଧାରା : ସାଧାରଣ ଦର୍ଶନ ଓ ଶ୍ରୀମନ୍ଦିର ଚାରିପଟେ କାଉଁରିଆ ଜାଳିବା ମନା

ଦୀପାବଳି ପାଇଁ ଶ୍ରୀମନ୍ଦିର ଚାରିପଟେ ଜାରି ହେଲା ୧୪୪ ଧାରା : ସାଧାରଣ ଦର୍ଶନ ଓ ଶ୍ରୀମନ୍ଦିର ଚାରିପଟେ କାଉଁରିଆ ଜାଳିବା ମନା

କନକ ବ୍ୟୁରୋ : ଦୀପାବଳି ପାଇଁ ଶ୍ରୀମନ୍ଦିର ଚାରିପଟେ ଲାଗିଲା କଟକଣା । ସିଂହଦ୍ୱାର ଓ ଏହାର ଚାରିପଟେ ଜନସମାଗମକୁ ଦୃଷ୍ଟିରେ ରଖି ଜାରି ହୋଇଛି ୧୪୪ଧାରା ଭୋର ୪ଟାରୁ କଟକଣା ଲାଗୁ ହୋଇଛି । ଏହି କଟକଣା ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତର ରହିବ । ଏବଂ ସାଧାରଣ ଦର୍ଶନ ଉପରେ ଆଜି ପାଇଁ କଟକଣା ଲଗାଯାଇଛି । କାଉଁରିଆ କାଠି ଜାଳିବା ବେଳେ ପ୍ରବଳ ଜନସମାଗମ ହେବା, ପ୍ରଦୂଷଣ ବଢିବା ଓ କୋଭିଡ କଟକଣା ଉଲ୍ଲଙ୍ଘନ ହେବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏପଟେ ବିଏମସି ମଧ୍ୟ କରୋନା ସଂକ୍ରମଣକୁ ଆଖି ଆଗରେ ରଖି କଟକଣା ଜାରି କରିଛି । ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ବିନ୍ଦୁ ସାଗରରେ ପୟା ଶ୍ରାଦ୍ଧ ଓ ପିଣ୍ଡଦାନକୁ ବାରଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe