ସାମ୍ବାଦିକଙ୍କୁ ଆକ୍ରମଣ କଲେ, ସସପେଣ୍ଡ ହେଲେ । ବାଲୁଖଣ୍ଡ ଅଭୟାରଣ୍ୟର ଦୁଇ ବନକର୍ମଚାରୀଙ୍କୁ ନିଲମ୍ବିତ କଲେ ପୁରୀ ଡିଏଫଓ । ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆଖିବୁଜା ଆକ୍ରମଣ କରି ଦବଙ୍ଗଗିରି ଦେଖାଇଥିଲେ ଦୁଇ କର୍ମଚାରୀ

ସାମ୍ବାଦିକଙ୍କୁ ଆକ୍ରମଣ କଲେ, ସସପେଣ୍ଡ ହେଲେ । ବାଲୁଖଣ୍ଡ ଅଭୟାରଣ୍ୟର ଦୁଇ ବନକର୍ମଚାରୀଙ୍କୁ ନିଲମ୍ବିତ କଲେ ପୁରୀ ଡିଏଫଓ । ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆଖିବୁଜା ଆକ୍ରମଣ କରି ଦବଙ୍ଗଗିରି ଦେଖାଇଥିଲେ ଦୁଇ କର୍ମଚାରୀ

କନକ ବ୍ୟୁରୋ: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବନବିଭାଗର କାର୍ଯ୍ୟାନୁଷ୍ଠାନ । ଆକ୍ରମଣ କରିଥିବା ଦୁଇ ବନ କର୍ମଚାରୀଙ୍କୁ ନିଲମ୍ବିତ କଲେ ପୁରୀ ଡିଏଫଓ । ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟ ଗାର୍ଡ ବିରଜା ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି ।

ତେବେ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କ୍ୟାମେରାମ୍ୟାନ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଫରେଷ୍ଟର ଏବଂ ଫରେଷ୍ଟଗାର୍ଡ । ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ମାଡ ମାରିଥିବା ଦୁଇ ବନ ଅଧିକାରୀଙ୍କ ବିରୋଧରେ ପେଣ୍ଠକଟା ମେରାଇନ ଥାନାରେ ଅପରାଧିକ ମାମଲା ରୁଜୁ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe